Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ସଂସ୍ଥାନ ର ଗଠନ:ଶ୍ରୀ ଶିରିଡି ସାଇଅ କୃପା ସଂସ୍ଥାନର ଗଠନ ୧୯୯୮ ମସିହାରେ ପୂଜ୍ୟ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ,ଶ୍ରୀ ସୁରେଶ ପଣ୍ଡା ଏବଂ ଅନ୍ୟ ସାଇ ଭକ୍ତଙ୍କ ଉପସ୍ଥିତି ରେ ହୋଇଥିଲା|ସେ ସମୟରେ ବାରିପଦା ସହରରେ ଗୋଟିଏ ହେଲେ ସାଇ ମନ୍ଦିର ନ ଥିଲା| ପ୍ରତ୍ୟେକ ଗୁରୁବାର ସଂଧ୍ୟାରେ ପୂଜ୍ୟ ଗୁରୁଜୀଙ୍କ ଘରେ କିଛି ଭକ୍ତ ଏକତ୍ରିତ ହୋଇ ବାବାଙ୍କ ଆରତି ଏବଂ ଭଜନ ଗାନ କରୁଥିଲେ| ଏହି ପ୍ରକ୍ରିୟା ୨୦୦୦ ମସିହା ଯାଏଁ ଚାଲିଥିଲା |ପ୍ରାରମ୍ଭରେ ଏହାର ସଦସ୍ୟ ସଂଖ୍ୟା ଖୁବ ଅଳ୍ପ ଥିଲା, ଧିରେ ଧିରେ ଏହା ବଢି ଚାଲିଲା|

ଭୂମି ପୂଜନ:ବହୁ ବର୍ଷର ବ୍ୟବଧାନ ପରେ ୨୦୦୦ ମସିହାରେ ଯେତେବେଳେ ପୂଜ୍ୟ ଗୁରୁଜୀ ବାରିପଦା ଆସିଥିଲେ,ସେତେବେଳେ ସେ ଭକ୍ତଙ୍କ ଆବଶ୍ୟକତା କ’ଣ ବୋଲି ପଚାରିବାରୁ ସମସ୍ତେ ଏକ ସ୍ବରରେ ବାବାଙ୍କ ମନ୍ଦିର ବୋଲି କହିଲେ |ଉତ୍ତରରେ ଗୁରୁଜୀ-ଠିକ ଅଛି ବୋଲି କହିଲେ ଏବଂ ନିଜର ପରବର୍ତ୍ତୀ ଆଗମନ ସମୟରେ ମନ୍ଦିର ଭୂମି ପୂଜନର ଆୟୋଜନ କରିଲେ|ସେ ସମୟର କିଛି ସ୍ମରଣୀୟ ଚିତ୍ର ଦେଖିବାପାଇଁ ଏଠାରେ କ୍ଲିକ୍ କରନ୍ତୁ |ଏ ସଂପର୍କିତ ଶ୍ରୀ ବିଜୟ କୁମାର ସାହୁ(ଭୁବନେଶ୍ବର)ଙ୍କ ପ୍ରତ୍ୟକ୍ଷ ଅନୁଭବ କୁ ପଢିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ|

ଉଦ୍‌ଘାଟନ ସମାରୋହ:ଦିନାଙ୍କ ୧୪ ଅପ୍ରେଲ୍‌ ୨୦୦୧ ରେ ଏହି ମନ୍ଦିରର ଉଦ୍‌ଘାଟନ ସମାରୋହ ପୂଜ୍ୟ ଗୁରୁଜୀଶ୍ରୀ ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ଅନୁଷ୍ଠିତ ହେଲା|ଯଦିଓ ମନ୍ଦିରର ଭୂମି ପୂଜା ପ୍ରାୟ ୧ ବର୍ଷ ପୂର୍ବେ ହୋଇଥିଲା କିନ୍ତୁ ବିଭିନ୍ନ କାରଣବଶତଃ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭରେ ବିଳମ୍ବିତ ହୋଇ ମଧ୍ୟ ପ୍ରକୃତ ନିର୍ମାଣ କାର୍ଯ୍ୟ ଆରମ୍ଭର ମାତ୍ର ସାଢେ ୩ ମାସ ମଧ୍ୟରେ କାର୍ଯ୍ୟ ସଂପୂର୍ଣ୍ଣ ହେଲା|ଏହା ଏକ ଚମତ୍କାର କହିଲେ ଅତ୍ୟୁକ୍ତି ହେବ ନାହିଁ |

ତିନି ଦିନ ବ୍ୟାପୀ ଏହି ସମାରୋହରେ ଭାରତ ତଥା ଭାରତ ବାହାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହୋଇଥିଲେ |ଦିଲ୍ଲୀର ଶ୍ରୀ ସାଇ ସେବା ଟ୍ରଷ୍ଟ ର ବାରିପଦା ଶାଖା ଏହି ମନ୍ଦିରର କାର୍ଯ୍ୟଭାର ଗ୍ରହଣ କରିଛନ୍ତି |ପୂଜ୍ୟ ଗୁରୁଜୀ ଏହାର ମୁଖ୍ୟ ପୁରୋଧା ଏବଂ ଶ୍ରୀ ଶୈଳେନ୍ଦ୍ର ସେଠ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଟ୍ରଷ୍ଟି ତଥା ଶ୍ରୀ ଶାନ୍ତନୁ ଶତପଥୀ ସଂପାଦକ ଅଟନ୍ତି |

Site in Other Languages


English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ