ମନ୍ଦିରର ଦୈନନ୍ଦିନ ବିଧିବିଧାନ ସକାଳ ୬:୩୦ ରେ ବାବାଙ୍କ କାକଡ ଆରତି ରେ ଆରମ୍ଭ ହୋଇ ରାତି ପ୍ରାୟ ୧୦ ଟାରେ ବାବାଙ୍କ ଶେଯ ଆରତି ପରେ ଶେଷ ହୋଇଥାଏ, ଯଦିଓ ମଧ୍ୟାହ୍ନ ଆରତି ପରେ ମନ୍ଦିର କିଛି ସମୟ ପର୍ଯ୍ୟନ୍ତ ବନ୍ଦ ରହି ପୁଣି ଅପରାହ୍ନରେ ଖୋଲା ଯାଇଥାଏ|

ଦୈନନ୍ଦିନ କାର୍ଯ୍ୟକ୍ରମ
ଗ୍ରୀଷ୍ମକାଳୀନ
| ମନ୍ଦିର ର ପହଡ ଫିଟେ ଓ କାକଡ ଆରତି |
ସକାଳ ୬:୩୦ |
| ବାବାଙ୍କ ଅଭିଷେକ(ପବିତ୍ର ସ୍ନାନ) |
ସକାଳ ୭:୦୦ଟା |
| ମଧ୍ୟାହ୍ନ ଆରତି |
ମଧ୍ୟାହ୍ନ ୧୨:୦୦ଟା |
| ମନ୍ଦିର ର ପହଡ ପଡେ |
ଅପରାହ୍ନ ୧୨:୩୦ |
| ମନ୍ଦିର ର ପହଡ ଫିଟେ |
ଅପରାହ୍ନ ୪ଟା |
| ଧୂପ(ସଂଧ୍ୟା) ଆରତି |
ସଂଧ୍ୟା ୬:୩୦ |
| ଶେଯ ଆରତି |
ରାତି ୯:୩୦ |
| ମନ୍ଦିର ର ପହଡ ପଡେ |
ରାତି ୧୦:୦୦ |
|
ଶୀତକାଳୀନ
| ମନ୍ଦିର ର ପହଡ ଫିଟେ ଓ କାକଡ ଆରତି |
ସକାଳ ୬:୩୦ |
| ବାବାଙ୍କ ଅଭିଷେକ(ପବିତ୍ର ସ୍ନାନ) |
ସକାଳ ୭ଟା |
| ମଧ୍ୟାହ୍ନ ଆରତି |
ମଧ୍ୟାହ୍ନ ୧୨ଟା |
| ମନ୍ଦିର ର ପହଡ ପଡେ |
ଅପରାହ୍ନ ୧୨:୩୦ |
| ମନ୍ଦିର ର ପହଡ ଫିଟେ |
ଅପରାହ୍ନ ୪ଟା |
| ଧୂପ(ସଂଧ୍ୟା) ଆରତି |
ସଂଧ୍ୟା ୬ଟା |
| ଶେଯ ଆରତି |
ରାତି ୯ଟା |
| ମନ୍ଦିର ର ପହଡ ପଡେ |
ରାତି ୯:୩୦ |
|
|
ସାପ୍ତାହିକ କାର୍ଯ୍ୟକ୍ରମ
ପ୍ରତ୍ୟେକ ଗୁରୁବାର ସଂଧ୍ୟା ଆରତି ପରେ ଶହ ଶହ ଭକ୍ତଙ୍କ ଗହଣରେ ବାବାଙ୍କ ପାଲିଙ୍କି ର ପରିକ୍ରମା ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଅନୁଷ୍ଠିତ ହୁଏ | ବିଶେଷ ଦିନ ଯେପରିକି ରାମ ନବମୀ,ଗୁରୁ ପୂର୍ଣ୍ଣମୀ ଏବଂ ଦଶହରା ଆଦିରେ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥାଏ ଯେଉଁଥିରେ ପାଖାପାଖି ୫୦୦ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି |ଏହା ପରେ ପ୍ରସାଦ ବିତରଣ କରାଯାଇଥାଏ |
|
ମାସିକ କାର୍ଯ୍ୟକ୍ରମ
ମାସର ପ୍ରତ୍ୟେକ ପୂର୍ଣ୍ଣମୀ ଏବଂ ସଂକ୍ରାନ୍ତିରେ ସମୂହ ସାଇ ସତ୍ୟନାରାୟଣ ପୂଜା ମନ୍ଦିର ମଧ୍ୟରେ ଅନୁଷ୍ଠିତ ହୋଇଥାଏ,ଯେଉଁଥିରେ ପାଖାପାଖି ୧୨୦ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଥାନ୍ତି|ଏଥିରେ ଅଂଶଗ୍ରହଣ କରିବା ପାଇଁ ମନ୍ଦିରସ୍ଥ ଦୋକାନରେ ପରାମର୍ଶ କରନ୍ତୁ (ଫୋ.ନଂ-06792-258981) |
|
ବିଶେଷ କାର୍ଯ୍ୟକ୍ରମ
ବିଶେଷ କାର୍ଯ୍ୟକ୍ରମ ଯେପରିକି ମାଗଣା ରକ୍ତଦାନ ଶିବିର, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା, ବିଦ୍ୟାଳୟ ତଥା ମହାବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆଦି ମାନ ବିଭିନ୍ନ ବିଶେଷ ଦିନ ଯେପରିକି ରାମ ନବମୀ,ମନ୍ଦିର ପ୍ରତିଷ୍ଠା ଦିବସ,ଗୁରୁ ପୂର୍ଣ୍ଣମୀ,ଦଶହରା ଏବଂ ପୂଜ୍ୟ ଗୁରୁଜୀଙ୍କ ଜନ୍ମଦିବସ ଆଦି ମାନଙ୍କରେ ପାଳିତ ହୋଇଥାଏ|
|