ଏହି ପୀଠ |
ବାରିପଦା ସହରଟି ବୁଢାବଳଙ୍ଗ ନଦୀ କୂଳରେ ଅବସ୍ଥିତ ଏବଂ ଏହା ଓଡିଶାର ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ଅଟେ ତଥା ପୂଜ୍ୟ ଗୁରୁଜୀ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ଶତପଥୀଙ୍କ ଜନ୍ମସ୍ଥାନ |ତା ୧/୧/୧୯୪୯ ରେ ଭାରତରେ ମିଶ୍ରଣ ପୂର୍ବରୁ ବାରିପଦା ଭଂଜ ରାଜା ମାନଙ୍କର ରାଜଧାନୀ ଭାବେ ଶହ ଶହ ବର୍ଷ ଧରି ରହିଆସିଥିଲା |ଭଂଜ ରାଜ ବଂଶ ର ମହାରାଜ ଶ୍ରୀରାମଚନ୍ଦ୍ର ଭଂଜ ନିଜର ପ୍ରଜାବତ୍ସଳତା ଯୋଗୁଁ ଖୁବ୍ ଲୋକପ୍ରିୟ ଥିଲେ | ସେ ହିଁ ମୟୂରଭଂଜ ରେ ବ୍ରହ୍ମ ସମାଜର ପ୍ରତିଷ୍ଠା କରିଥିଲେ ତଥା ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମଧ୍ୟ ଥିଲେ |ମାୟୂରଭଂଜ ର ସମସ୍ତ ଶାସକମାନେ ଧର୍ମନିଷ୍ଠ ତଥା ଭଗ୍ବତ୍ବିଶ୍ବାସୀ ଥିଲେ |ଦେବୀ କୀଚକ ସେମାନଙ୍କର ଆରାଧ୍ୟା ଦେବୀ ଅଟନ୍ତି|ଏପରି ମାନ୍ୟତା ରହିଛି କି ପାଞ୍ଚପାଣ୍ଡବ ମାନେ ଅଜ୍ଞାତବାସ କାଳରେ କିଛି ବର୍ଷ ମୟୂରଭଂଜ ରେ ଅବସ୍ଥାନ କରିଥିଲେ,ଯାହା ଆଜି ସମୀ ବୃକ୍ଷ ନାମେ ଜଣାଶୁଣା |ମାଆ ଅମ୍ବିକା ହେଉଛନ୍ତି ଏଠିକାର ଅଧିଷ୍ଠାତ୍ରୀ ଦେବୀ |ବାରିପଦାରେ ହେଉଥିବା ରଥଯାତ୍ରା ପୁରୀ ପରେ ବିଶ୍ବ ରେ ଦ୍ବିତୀୟ ଓ ସମାନ ଗୁରୁତ୍ବ ରଖି ଥାଏ |ଏପରି କୁହାଯାଏ କି ମୟୂରଭଂଜ ମହାରାଜଙ୍କର ସମ୍ମାନ ତଥା ମର୍ଯ୍ୟାଦାକୁ ରକ୍ଷା କରିବା ପାଇଁ ନିଜେ ପ୍ରଭୁ ଜଗନ୍ନାଥ ଏଠାରେ ଆସି ଅବସ୍ଥାନ କରିଛନ୍ତି |ଏଥିରୁ ଏହା ସ୍ପଷ୍ଟ କି ମୟୂରଭଂଜବାସୀ ମାନେ ପ୍ରାଚୀନ କାଳରୁ ହିଁ ଧର୍ମାନୁରାଗୀ ଅଟନ୍ତି |
ଏହି ପବିତ୍ର ଭୂମିରେ ଏପରି ଏକ ପୀଠ ର ଆବଶ୍ୟକତା ଥିଲା ଯେଉଁଠି କିଛି ବି ଧର୍ମ,ବର୍ଣ୍ଣ,ବର୍ଗ ପାଇଁ କିଛି ହେଲେ ବନ୍ଧନ ନ ଥିବ ଯାହା କି ଦିନାଙ୍କ ୧୪/୪/୨୦୦୧ ରେ ଏହି ଭୂମିର ବରପୁତ୍ର ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ବାରା ଶ୍ରୀ ଶିରିଡି ସାଇବାବାଙ୍କ ମନ୍ଦିର ପ୍ରତିଷ୍ଠିତ ହୋଇ ପୂର୍ଣ୍ଣ ହେଲା|ପ୍ରକାଶ ଥାଉଅ କି ୧୨ ଅଗଷ୍ଟ ୨୦୦୦ ଦନ ପୂଜ୍ୟ ଗୁରୁଜୀ ଏହି ମନ୍ଦିରର ଭୂମି ପୂଜା କରିଥିଲେ; ଅତି ଚମତ୍କାର ଭାବେ କେବଳ ଗୋଟିଏ ଦିନରେ ହିଁ ଏହି ମନ୍ଦିରର ଭୂମି ପୂଜା ତଥା ମନ୍ଦିର ଜମି ହସ୍ତାନ୍ତର ଏବଂ ପଞ୍ଜୀକରଣ ଆଦି ଅନ୍ୟାନ୍ୟ ସରକାରୀ କାର୍ଯ୍ୟମାନ ସଂପନ୍ନ ହୋଇପାରିଥିଲା|ଏ ସଂପର୍କିତ ଶ୍ରୀ ବିଜୟ କୁମାର ସାହୁ(ଭୁବନେଶ୍ବର)ଙ୍କ ପ୍ରତ୍ୟକ୍ଷ ଅନୁଭବ କୁ ପଢିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ |ଶ୍ରୀ ଭବାନୀ ମିଶ୍ର ଏହି ମନ୍ଦିରର ସ୍ଥପତି ଅଟନ୍ତି ଯିଏ ଅତି ଅନ୍ତରଙ୍ଗ ଭାବେ ଏହି ମନ୍ଦିରର ସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ(କୁ ତଦାରଖ) କରିଛନ୍ତି | ମନ୍ଦିରର ଦ୍ବାର ଦେଶରେ ଦୁଇ ପଟରେ ଦୁଇ ଜଣ ପ୍ରହରୀ ସାଇନାଥ ମହାରାଜ(ବାବା)ଙ୍କ ଦରବାର ର ସୁରକ୍ଷା କରିଛନ୍ତି |
ଏହି ମନ୍ଦିରର ଜମି ପୂଜ୍ୟ ଗୁରୁଜୀଙ୍କ ସ୍ବର୍ଗୀୟା ମାତା ଶ୍ରୀମତି ହର୍ଷମଣି ଶତପଥୀ ଦାନ ଆକାରରେ ଦେଇଛନ୍ତି| ଶ୍ରୀ ସାଇ ସେବା ଟ୍ରଷ୍ଟ୍ ,ନୂଆ ଦିଲ୍ଲୀ ର ବାରିପଦା ଶାଖା ଏହି ମନ୍ଦିରର ଦେଖାଶୁଣା କରିଥାଏ ତଥା ପୂଜ୍ୟ ଗୁରୁଜୀ ଏହି ମନ୍ଦିରର ମୂଖ୍ୟ ପୁରୋଧା ଅଟନ୍ତି |
ଏହି ମନ୍ଦିରଟି ବୁଢାବଳଙ୍ଗ ନଦୀର ପୂର୍ବ ଉପକୂଳରେ ଅବସ୍ଥିତ |ମନ୍ଦିରର ଅଗଣାରେ ନୈସର୍ଗିକ ବାତାବରଣ ବିରାଜମାନ କରିଥାଏ | ଏଠାରେ ଥିବା ବେଲ ଗଛ ବାବାଙ୍କ ପ୍ରମୁଖ ଭକ୍ତ ମେଘାଙ୍କ ସ୍ମରଣ କରେଇଥାଏ ଯିଏ ବାବାଙ୍କୁ ଶିବଙ୍କ ଅବତାର ମଣି ପ୍ରତ୍ୟହ ବେଲ ପତ୍ର ଅର୍ପଣ କରୁଥିଲେ |ବାବାଙ୍କ ଅନ୍ୟ ମନ୍ଦିର ଭଳି ଏହି ମନ୍ଦିରରେ ମଧ୍ୟ ପ୍ରତ୍ୟହ ଚାରିଗୋଟି ଆରତି ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥାରୀତି ପାଳନ କରାଯାଇଥାଏ |ପ୍ରତି ଗୁରୁବାର ଏଠାରେ ବାବାଙ୍କ ପାଲିଙ୍କି ଶହ ଶହ ଭକ୍ତ ନିଜ କାନ୍ଧରେ ଟେକି ନେଇଥାଆନ୍ତି |ଏହା ଛଡା ମନ୍ଦିରରେ ବାବାଙ୍କ ଅନ୍ୟ ସ୍ବତନ୍ତ୍ର ପର୍ବପର୍ବାଣୀ ଯେପରିକି ରାମ ନବମୀ, ଗୁରୁ ପୂର୍ଣ୍ଣିମା, ମହାସମାଧି ଦିବସ ଆଦି ସମେତ ମନ୍ଦିର ପ୍ରତିଷ୍ଠା ଦିବସ,ଜନ୍ମାଷ୍ଟମୀ ତଥା ପୂଜ୍ୟ ଗୁରୁଜୀଙ୍କ ଜନ୍ମଦିନକୁ ମଧ୍ୟ ହର୍ଷୋଲ୍ଲାସ ମଧ୍ୟରେ ପାଳନ କରାଯାଇଥାଏ |
ଆଜି ବାରିପଦାକୁ ଆସୁଥିବା ପ୍ରତ୍ୟେକ ଆଗନ୍ତୁକ ଏହି ମନ୍ଦିରର ସିଢି କୁ ନ ଚଢି ତଥା ବାବାଙ୍କ ଦର୍ଶନ ନ କରି ଫେରୁ ନାହାଁନ୍ତି| ୧୪ ଅପ୍ରେଲ୍ ୨୦୧୧ ରେ ଏହି ମନ୍ଦିର ନିଜର ୧୦ତମ ଜନ୍ମ ବାର୍ଷିକୀ ପାଳନ କରିବ |
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 

