ଶ୍ରୀ ସାଇ ସାର |
ତୁମେ ଯେଉଁଠି ଇଚ୍ଛା ସେଇଠି ରୁହ, ଯାହା ଇଚ୍ଛା ତାହା କର, କିନ୍ତୁ ଏହା ସର୍ବଦା ସ୍ମରଣ ରଖିଥିବ କି ତୁମର ସମସ୍ତ କାର୍ଯ୍ୟକୁ ମୁଁ ନିରୀକ୍ଷଣ କରିଥାଏ |ମୁଁ ହିଁ ସର୍ବବିଦ୍ୟମାନ ସମସ୍ତଙ୍କ ପ୍ରଭୁ |ମୋର ଉଦରରେ ହିଁ ସମସ୍ତ ଜଡ ଓ ଚେତନ ପ୍ରାଣୀ ବାସ କରିଛନ୍ତି |ମୁଁ ହିଁ ସମଗ୍ର ବ୍ରହ୍ମାଣ୍ଡର ନିୟନ୍ତ୍ରଣକର୍ତ୍ତା ତଥା ସଞ୍ଚାଳକ | ମୁଁ ହିଁ ସୃଷ୍ଟିକର୍ତ୍ତା,ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା | ମୋ ଭକ୍ତମାନଙ୍କୁ କେହି ହାନି ପହଞ୍ଚାଇପାରିନଥାଏ |ମୋତେ ଯିଏ ଉପେକ୍ଷା କରେ,ସେ ମାୟାଜାଲରେ ଫଶି ଯାଏ |ସମସ୍ତ ଦୃଶ୍ୟ/ଅଦୃଶ୍ୟମାନ ପ୍ରାଣୀ, ଗତିଶୀଳ୍/ସ୍ଥିର ବସ୍ତୁ ମୋର ହିଁ ସ୍ବରୂପ ଅଟନ୍ତି |
ଯିଏ ପ୍ରେମପୂର୍ବକ ମୋର ସ୍ମରଣ କରିଥାଏ,ମୁଁ ତା’ର ସମସ୍ତ ଇଚ୍ଛା ପୂରଣ କରିଥାଏ |ଯିଏ ମୋର ଚରିତ୍ର ଏବଂ ଲୀଳା କୁ ଶ୍ରଦ୍ଧାପୂର୍ବକ ଗାନ କରିଥାଏ,ମୁଁ ସବୁବେଳେ ସବୁପ୍ରକାରେ ତା’ର ସହାୟତା କରିଥାଏ |ଯିଏ ମୋତେ ହୃଦୟ ଏବଂ ପ୍ରାଣରୁ ଭକ୍ତି କରିଥାଏ, ସେମାନଙ୍କୁ ମୋ ଗାଥା ଶୁଣି ସ୍ବଭାବତଃ ପ୍ରସନ୍ନତା ମିଳି ଥାଏ |ବିଶ୍ବାସ ରଖ କି ଯେ କେହି ବି ମୋ ଲୀଳାମୃତ ଶ୍ରବଣ କରିବ ତାକୁ ପରମାନନ୍ଦ ଓ ଚିତ୍ତସନ୍ତୋଷର ଉପଲବ୍ଧି ହେବ |ଏହା ମୋର ବୈଶିଷ୍ଟ୍ୟ କି ଯେ କେହି ବି ମୋ ଶରଣକୁ ଅନନ୍ୟ ଭାବରେ ଆସିଥାଏ,ମୋର ଶ୍ରଦ୍ଧାପୂର୍ବକ ସ୍ମରଣ,ପୂଜନ ଓ ଧ୍ୟାନ କରିଥାଏ,ତା’କୁ ମୁଁ ମୁକ୍ତି ପ୍ରଦାନ କରିଥାଏ |ମୋର ଲୀଳାଗାନ କରିବାଦ୍ବାରା ସାଂସାରିକ ବନ୍ଧନରୁ ମୁକ୍ତି ମିଳିଥାଏ |ମୁଁ ସେହି ଭକ୍ତମାନଙ୍କୁ ମୃତ୍ୟମୁଖରୁ ରକ୍ଷା କରିଥାଏ |ଏଣୁ ମୋ ଗାଥାକୁ ଶ୍ରଦ୍ଧାପୂର୍ବକ ଶ୍ରବଣ କର,ମନନ କର |ସତ୍ୟ ଆଉ ସନ୍ତୋଷ ପ୍ରାପ୍ତିର ଏହା ହିଁ ସରଳତମ ମାର୍ଗ ଅଟେ |କେବଳ ସାଇ ସାଇ ଉଚ୍ଚାରଣ ମାତ୍ରେ ହିଁ ସମସ୍ତ ପାପର କ୍ଷୟ ହୋଇଥାଏ |
–ଶ୍ରୀ ସାଇବାବା
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 


