ବାବାଙ୍କ ତତ୍ତ୍ବ |
ଶ୍ରୀ ସାଇବାବା ପ୍ରାୟ କହୁଥିଲେ କି ତାଙ୍କଠାରେ ନିଜ ଭକ୍ତମାନଙ୍କ ସମସ୍ତ ଇଚ୍ଛା/ଆବଶ୍ୟକତା ଗୁଡିକୁ ପୂରଣ କରିବାର ସାମର୍ଥ୍ୟ ରହିଛି | ସେ କୌଣସି ବି କର୍ମକାଣ୍ଡ କି ବିଧି ବିଧାନ ର ସପକ୍ଷରେ ନ ଥିଲେ | ତାଙ୍କ ମତାନୁସାରେ ଭଗବାନଙ୍କୁ ପାଇବାର କେବଳ ଦୁଇ ଗୋଟି ସାଧନର ଆବଶ୍ୟକତା ଥାଏ-ଶ୍ରଦ୍ଧା ବା ବିଶ୍ବାସ ଏବଂ ସବୁରୀ ବା ଧୈର୍ଯ୍ୟ |
ସରଳତା: ଭୌତିକ ସ୍ତରରେ ଯଦି ଆମେ ଦେଖିବା ତ ଜାଣିବା କି ଶ୍ରୀ ଶିରିଡି ବାବାଙ୍କ ଜୀବନଶୈଳୀ ଅତ୍ୟନ୍ତ ସରଳ ଥିଲା| ଗୋଟିଏ ଚିରା,ଫଟା କାଫ୍ନୀ,ଟୋପୀ ପରି ବନ୍ଧା ହେଉଥିବା ଏକ ବସ୍ତ୍ର, ଏକ ଟିଣ ପାତ୍ର ଯାହା ଦ୍ବାରା ସେ ଭିକ୍ଷା ମାଗୁଥିଲେ, ଆଦି ତାଙ୍କର ଦୈନନ୍ଦିନ ଜୀବନ ର ମୌଳିକ ଆବଶ୍ୟକତା ଥିଲା | ଭିକ୍ଷା ବା ଦାନ ରେ ମିଳୁଥିବା କୌଣସି ବି ବସ୍ତୁ ପ୍ରତି ତାଙ୍କର ରୁଚି ନ ଥିବା କଥା ଏଥିରୁ ସ୍ପଷ୍ଟ ଜଣାପଡିଥାଏ କି ଅନ୍ୟ ସୁଫୀ ସନ୍ଥମାନଙ୍କ ପରି ବାବା ମଧ୍ୟ ବିକ୍ଷାରେ ମିଳିଥିବା ସମସ୍ତ ଖାଦ୍ୟ ପଦାର୍ଥଗୁଡିକୁ ସେହି ଦିନ ହିଁ ଭକ୍ତ ଏବଂ ଅନ୍ୟ ଭୋକିଲାମାନଙ୍କ ମଧ୍ୟରେ ବିତରଣ କରିଦେଉଥିଲେ |
ସମସ୍ତ ପ୍ରାଣୀଙ୍କ ପାଇଁ ତାଙ୍କ ଚିନ୍ତା ଓ ସ୍ନେହଭାବ ତଥା ସଭିଙ୍କୁ ନିଜ ପ୍ରାଣ ର ଅଂଶ ମାନିବା,ଯାହା କି ମାନବିକତାର ଅଂଶ, ବାବାଙ୍କ ସରଳ ଜୀବନଯାପନ ପ୍ରଣାଳୀର ଭିତ୍ତି ଥିଲା |ବାବା ଯଦିଓ ଭୌତିକ କାର୍ଯ୍ୟକଳାପାରେ ଲିପ୍ତ ଥିବା ଭଳି ଦେଖାଯାଉଥିଲେ,ତଥାପି ସେ ଆତ୍ମଦର୍ଶନ ସ୍ଥିତିରେ ମଗ୍ନ ରହୁଥିଲେ; କେବଳ ଏହା ହିଁ ସରଳ ଜୀବିକା ନିର୍ବାହ ର ଶ୍ରେଷ୍ଠତମ ପ୍ରଣାଳୀ ଅଟେ |
ମାନବିକତା:ଶିରିଡି ସାଇ ସମଗ୍ର ବିଶ୍ବ ର ପ୍ରାଣୀମାନଙ୍କ ଆଧ୍ୟତ୍ମିକ ପ୍ରଗତି ପାଇଁ ସଜାଗ ଥିଲେ; ତାଙ୍କର ଦୈନିକ ଆଚରଣ ରେ ସେ ସମସ୍ତ ପ୍ରାଣୀଙ୍କୁ ଜାତି,ଧର୍ମ,ବର୍ଗ ଓ ମାନବନିର୍ମିତ ଅନ୍ୟ ସମସ୍ତ ସୀମାରେଖାର ଉର୍ଦ୍ଧ୍ବରେ ରହି ସମ୍ସସ୍ତଙ୍କୁ ନିଜର ମଣୁ ଥିଲେ, ସମସ୍ତଙ୍କ ମଧ୍ୟରେ ଅନ୍ତର୍ନିହିତ ଦିବ୍ୟତ୍ମା ରେ ବିଶ୍ବାସ ରଖୁଥିଲେ ଏବଂ ସବୁବେଳେ ସେମାନଙ୍କ ବିକାଶ,ସୁଖ ପ୍ରତି ସଜାଗ ଓ ଚିନ୍ତିତ ରହୁଥିଲେ | ତାଙ୍କ ଜୀବଦ୍ଦଶା ମଧ୍ୟରେ ତାଙ୍କୁ ଦେଖା କରିବାକୁ ଶିରିଡିକୁ ସମାଜର ପ୍ରତ୍ୟେକ ଜାତି,ଧର୍ମ,ବର୍ଗ,ଶ୍ରେଣୀର ଲୋକେ ଆସୁଥିଲେ |ନିଜ ପାଖକୁ ଆସୁଥିବା ସମସ୍ତଙ୍କର ସତ୍କାର ସେ ସସ୍ନେହ ଓ ଶ୍ରଦ୍ଧାପୂର୍ବକ କରୁଥିଲେ; ସେ ସମସ୍ତଙ୍କ ମାତା ବା ଜନନୀ ସଦୃଶ ଥିଲେ |
ଆଧ୍ୟାତ୍ମିକ ଜଗତରେ ମାନବିକତା ର ମୂଳ ସିଦ୍ଧାନ୍ତ ସମସ୍ତ ପ୍ରାଣୀଙ୍କୁ ନିଜର ମାନିବା(ନିଜ ଆତ୍ମାର ପ୍ରତିବିମ୍ବ ମାନିବା); ଅନ୍ୟ ଅର୍ଥରେ ମାନବ ସେବା ହିଁ ମାଧବ ସେବା|
ସବ୍କା ମାଲିକ୍ ଏକ୍ ବା ସମସ୍ତଙ୍କ ପ୍ରଭୁ ଜଣେ:ଶ୍ରୀ ଶିରିଡି ସାଇବାବା ସଂକୀର୍ଣ୍ଣ ମାନସିକତାରୁ ସୃଷ୍ଟ ଜାତି,ଧର୍ମ,ବର୍ଗ,ଭାଷା ଆଦିକୁ ବିଚାରି କେବେହେଲେ କୌଣସି ଭେଦଭାବ କରି ନାହାଁନ୍ତି |ସେ ସମସ୍ତଙ୍କୁ ତାଙ୍କର ନିଜର ବ୍ୟକ୍ତିଗତ ଧର୍ମମତ ଅନୁସାରେ ପଥ ପ୍ରଦର୍ଶନ କରୁଥିଲେ , ଯଦିଓ ସେ ସର୍ବଦା ଶ୍ରଦ୍ଧା ଓ ସବୁରୀ ଆପଣେଇବାକୁ କହୁଥିଲେ |ଏହି ନିରପେକ୍ଷ ଆଧ୍ୟ୍ୟାତ୍ମିକ ଜୀବନଶୈଳୀର କେବଳ ଦୁଇଟି ଆଧାର ସ୍ତମ୍ଭ ଥିଲେ-ଶ୍ରଦ୍ଧା ଏବଂ ସବୁରୀ ଯାହାକୁ କି ଦୈନନ୍ଦିନ ଜୀବନଶୈଳୀର ପ୍ରତ୍ୟେକ ଅବସ୍ଥାକୁ ପବିତ୍ର ଆଚରଣ ସହିତ ନିର୍ବାହ କରି ପ୍ରାପ୍ତ କରି ହୋଇଥାଏ |
ଆଧ୍ୟାତ୍ମିକ ଦୃଷ୍ଟିକୋଣରେ ସବ୍କା ମାଲିକ୍ ଏକ୍ ର ପ୍ରକୃତ ଅର୍ଥ ହେଉଛି ସେହି ଚିର ପ୍ରାଚୀନ,ସର୍ବବ୍ୟାପୀ ଏକ କୁ ପ୍ରାପ୍ତ କରିବା, ଯାହା କି ସମସ୍ତଙ୍କର ମୂଳ ସ୍ବରୂପ ଅଟେ |
ଶ୍ରଦ୍ଧା: ଶ୍ରୀ ସାଇବାବା ସର୍ବଦା ନିଜ ଭକ୍ତମାନଙ୍କୁ ଶ୍ରଦ୍ଧା ରଖିବାକୁ କହୁଥିଲେ ଯାହା ଦ୍ବାରା କି ସେମାନେ ନିଜ ଜୀବନରେ ଆସୁଥିବା ବିଭିନ୍ନ ପରିବର୍ତ୍ତନକୁ ସହଜରେ, ଶାନ୍ତିରେ ସ୍ବୀକାର କରିପାରିବେ |ସ୍ଥୂଳ ଦୃଷ୍ଟିରେ ଦେଖିଲେ ଆମେ ଏହା ଅନୁଭବ କରିପାରିବା କି ଯଦି ଶ୍ରଦ୍ଧା ରୂପୀ ଗୁଣକୁ ଆମେ ନିଜ ଭିତରେ ଧାରଣ କରିପାରିବା ତେବେ କିଛି ବି ପରିସ୍ଥିତି ରେ କାହା ପ୍ରତି ଆମ ମନରେ ରାଗ/କ୍ରୋଧ,ଦ୍ବେଷ ଭାବ ଜାଗ୍ରତ ହେବ ନାହିଁ ଯାହାକି ଆଧ୍ୟ୍ୟାତ୍ମିକ ପଥରେ ଅଗ୍ରସର ହେବାରେ ସହାୟକ ସିଦ୍ଧ ହୋଇଥାଏ |
ଆଧ୍ୟ୍ୟାତ୍ମିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ,ଶ୍ରଦ୍ଧା ର ପ୍ରକୃତ ଅର୍ଥ ପୂର୍ଣ୍ଣ ସମର୍ପଣର ସହିତ ପବିତ୍ର ଆଚରଣ ଏବଂ ଜୀବନଶୈଳୀକୁ ନିର୍ବାହ କରି ନିଜର ଲକ୍ଷ୍ୟ-ଚେତନାର ଜାଗରଣ ଓ ସଂପୂର୍ଣ୍ଣ ବିକାଶ ,ଆଡେ ଅଗ୍ରସର/ପ୍ରୟାସରତ ରହିବା| ପଥରେ ଆସୁଥିବା ସମସ୍ତ ମାୟାବୀ ଶକ୍ତିଗୁଡିକୁ ସାମ୍ନା କରି ପଥିକକୁ ଆଗକୁ ବଢିବାକୁ ପଡିବ |
ସବୁରୀ:ଅନ୍ୟ ସାଧୁସନ୍ଥଙ୍କ ଭଳି ଶ୍ରୀ ଶିରିଡି ସାଇବାବା ମଧ୍ୟ ନିଜ ଭକ୍ତମାନଙ୍କୁ ଜୀବନର ପ୍ରତ୍ୟେକ କ୍ଷଣରେ ଧୈର୍ଯ୍ୟ ବା ସହନଶୀଳତାକୁ ଆପଣେଇବାକୁ କହିଛନ୍ତି |ଲୌକିକ ସ୍ତରରେ ଧୈର୍ଯ୍ୟ ବା ସହନଶୀଳତା ଗୁଣ ସମାଜରେ ସମନ୍ବୟ,ମିତ୍ରତା ଉତ୍ପନ୍ନ କରିଥାଏ |
ଆଧ୍ୟ୍ୟାତ୍ମିକ ଦୃଷ୍ଟିକୋଣରୁ ସବୁରୀ ବା ଧୈର୍ଯ୍ୟର ଅର୍ଥ ସମସ୍ତ ଇନ୍ଦ୍ରିୟ/ବିଚାରଶକ୍ତିକୁ ଶାନ୍ତ ରଖି ନିଜର ଅନ୍ବେଷଣ କରିବା ଏବଂ ସତ୍-ଚିତ୍-ଆନନ୍ଦକୁ ପ୍ରାପ୍ତ କରିବା
ଏହା କୁହାଯାଇପାରିବ କି ଶ୍ରୀ ଶିରିଡି ସାଇବାବାଙ୍କ ସମସ୍ତ ଶିକ୍ଷା/ଦର୍ଶନକୁ ଆପଣେଇବା ଅର୍ଥ ନିଜ ସମସ୍ତ କାର୍ଯ୍ୟକଳାପରେ ଉଚିତ୍ ପବିତ୍ର ଆଚରଣଯୁକ୍ତ ଜୀବନଶୈଳୀର ନିର୍ବାହ କରିବା ଯାହାକି ବାବା ଶ୍ରଦ୍ଧା ଓ ସବୁରୀ ମାଧ୍ୟମରେ କହିଛନ୍ତି | ଏହି ଦୁଇ ମୂଲ୍ୟକୁ ଗ୍ରହଣ କରି ସମାଜରେ ସମନ୍ବୟ ସୃଷ୍ଟି ହୋଇପାରିବ, ଯାହାଦ୍ବାରା ସମସ୍ତ ପ୍ରାଣୀ ପରସ୍ପର ପ୍ରତି ମୈତ୍ରୀ ଏବଂ ସୌହାର୍ଦ୍ଦ୍ୟ ଭାବ ରଖିବାକୁ ସମର୍ଥ ହୋଇପାରିବେ |
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 

