ଗୁରୁ ବାକ୍ୟ |
(୧) ଭାଗ୍ୟ ଅତୁଳନୀୟ | ପ୍ରତ୍ୟେକଙ୍କ ନିଜର ସ୍ବତନ୍ତ୍ର ପ୍ରାରବ୍ଧ ରହିଥାଏ |ଏଣୁ ଅନ୍ୟର ଭାଗ୍ୟ ସହିତ ନିଜର ଭାଗ୍ୟକୁ ତୁଳନା କରି ସେଥିରେ ପ୍ରଭେଦ ଥିବା ଦେଖି ନିଜକୁ ଦୁଃଖୀ କରିବା ଅନୁଚିତ |
(୨) ବିଗତ ଅତୀତ ଏବଂ ଅନିଶ୍ଚିତ ଭବିଷ୍ୟତକୁ ଭାବି ଭାବି ଆମ୍ଭେ ନିଶ୍ଚିତ ବର୍ତ୍ତମାନ କୁ ନଷ୍ଟ କରିବା ଅନୁଚିତ |
(୩) ମତାନ୍ତର ମନାନ୍ତର ଆଡକୁ ଅଗ୍ରଗତି କରିବା ଅନୁଚିତ | ଏହାକୁ ମନେ ରଖିଲେ ଜୀବନର ଅର୍ଦ୍ଧେକ ସମସ୍ୟା ଆପେ ଆପେ ସମାଧାନ ହୋଇଯିବ |
(୪) ବିଶ୍ବ ବିଜୟ ନ କରି ନିଜ ମନକୁ ବିଜୟ କର | ମନକୁ ଜିତି ପାରିଲେ ଆପେ ଆପେ ବିଶ୍ବ କୁ ବିଜୟ କରିହେବ |
(୫) ନକାରାତ୍ମକ ଚିନ୍ତାଠାରୁ ନିଜକୁ ଦୂରେଇ ରଖ କାରଣ ଏହା ସମଗ୍ର ବିଚାରଧାରାକୁ ଗ୍ରାସ କରି ତାହାକୁ ଦୂଷିତ କରିଦେଇଥାଏ |
(୬) ଅନ୍ୟର ଅବଗୁଣ ପ୍ରତି ଧ୍ୟାନ ଦେବା ଅନୁଚିତ କାରଣ ଏହା କରିଲେ ସେଗୁଡିକ (ଅବଗୁଣ) ଆମ ଭିତରେ ମଧ୍ୟ ଜାତ ହୋଇଯାଇଥାଏ |
(୭) ବସ୍ତୁବାଦୀ ଆକର୍ଷଣ ମନୁଷ୍ୟକୁ ଏପରି ଅନ୍ଧ କରିଦେଇଥାଏ କି ସେ ଈଶ୍ବରଙ୍କ ସତ୍ତାକୁ ମଧ୍ୟ ଭୁଲି ଯାଇଥାଏ |
(୮) ସଦ୍ଗୁରୁ କଳ୍ପବୃକ୍ଷ ସଦୃଶ ଯିଏ ଫଳ ସହିତ ଛାୟା ମଧ୍ୟ ପ୍ରଦାନ କରିଥାଆନ୍ତି, ନିଜ ଶତ୍ରୁ କୁ ମଧ୍ୟ |
(୯) ବିଶ୍ବରେ ଏମିତି ବଞ୍ଚିବାକୁ ଶିଖ ସତେ ଯେପରି ସମଗ୍ର ବିଶ୍ବ ତମର; ନିର୍ବାଣ କାଳରେ ଏପରି ବିଦାୟ ନିଅ ଯେପରି ତୁମର ଏଠାରେ କିଛି ହେଲେ ନାହିଁ |
(୧୦)ଗୁରୁ ସର୍ବଦା ଶିଷ୍ୟର ଅନ୍ତରରେ ଥାଆନ୍ତି | ଯେତେବେଳେ ମାୟାର ଆବରଣ ଉଠିଯାଏ,ସେତେବେଳେ ଗୁରୁଙ୍କ ସାକ୍ଷାତ ଆପେ ହୋଇଯାଏ |
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 

