ଶ୍ରୀ ଗୁରୁଜୀ |
ସମଗ୍ର ଆଧ୍ୟାତ୍ମିକ ଜଗତରେ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ ଶ୍ରେଷ୍ଠତମ ପ୍ରତିଷ୍ଠିତ ଆଧ୍ୟତ୍ମିକ ସଦ୍ଗୁରୁ ରୂପେ ଜଣାଶୁଣା ଏବଂ ଶ୍ରୀ ଶିରିଡି ସାଇବାବାଙ୍କ ଦ୍ବାରା ପ୍ରତିପାଦିତ ମାର୍ଗର ସାକ୍ଷାତ୍ ସାଇସ୍ବରୂପୀ କରୁଣାମୟୀ ମାର୍ଗଦର୍ଶକ ଅଟନ୍ତି| ପ୍ରକୃତରେ କହିବାକୁ ଗଲେ ଆଧ୍ୟତ୍ମିକ ପଥର ପଥିକ,ଶିରିଡି ସାଇଙ୍କ ପ୍ରକୃତ ଭକ୍ତ ଅଟନ୍ତି, ଯାହାଙ୍କୁ ଶ୍ରଦ୍ଧାପୂର୍ବକ ନମନ କରି,ସାଇ ଚେତନାର ପ୍ରକାଶିତ ସ୍ବରୂପର ଝଲକ ଦେଖି,ତାଙ୍କଠାରୁ ମାର୍ଗଦର୍ଶନ କରି, ବିଶ୍ବବାସୀ ସାଇଧାରାରେ ପ୍ରବାହିତ ହେଉଛନ୍ତି |ଆଜି ଦେଶ ବିଦେଶରେ ଅସଂଖ୍ୟ ଭକ୍ତ ପୂଜ୍ୟ ଗୁରୁଜୀଙ୍କୁ ନିଜର ଆଧାର ସ୍ତମ୍ଭ ଏବଂ ସଦ୍ଗୁରୁ ମାନି ତାଙ୍କ ଦ୍ବାରା ପ୍ରଦର୍ଶିତ ସାଇ ମାର୍ଗର ଅନୁଗାମୀ ହେଉଛନ୍ତି |
ଶ୍ରୀ ଗୁରୁଜୀ ନିଜକୁ ଶିରିଡି ବାବାଙ୍କ କେବଳ ଏକ ସେବକ ବୋଲି ମାନି ପ୍ରେମ,ସଦ୍ଭାବନା,ସୁଦ୍ଧ ଆଚରଣ,ସହିଷ୍ଣୁତା,କରୁଣା,ଶ୍ରଦ୍ଧା,ସବୁରୀ ଉପରେ ଆଧାରିତ ସାଇବାବାଙ୍କ ବାର୍ତ୍ତାକୁ ଦେଶ ବିଦେଶରେ ପ୍ରଚାର କରିଥାନ୍ତି |ସେ ଶ୍ରୀ ଶିରିଡି ସାଇବାବାଙ୍କ ଅନନ୍ୟ ଆତ୍ମଜ୍ଞ ଅଟନ୍ତି ତଥା ଅନ୍ୟ ମାନଙ୍କ ପାଇଁ ବାବାଙ୍କ ମାର୍ଗରେ ଚାଲିବାର ପ୍ରେରଣାସ୍ରୋତ |ଗୁରୁଜୀ କହନ୍ତି-ଶ୍ରୀ ଶିରିଡି ସାଇବାବା ହିଁ ଚିରନ୍ତନ ସତ୍ୟ ଅଟନ୍ତି|
ଶ୍ରୀଯୁକ୍ତ ଶତପଥୀ ଙ୍କ ଜନ୍ମ ଏକ କୁଳୀନ,ସଂଭ୍ରାନ୍ତ,ସାଂସ୍କ୍ରୁତିକ ପୃଷ୍ଠଭୂମି ଥିବା,ପ୍ରଶାସକ ଏବଂ ସାହିତ୍ୟିକ ପରିବାରରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥି ତତ୍କାଳୀନ ମୟୂରଭଞ୍ଜ ମହାରାଜାଙ୍କ ଶିକ୍ଷାବିଭାଗର ପ୍ରଶାସନିକ ଅଧିକାରୀ ରୁପେ ନିଯୁକ୍ତ ଥିଲେ ଏବଂ ମାତା ଶ୍ରୀମତି ହର୍ଷମଣି ଶତପଥି ଜଣେ ଅତ୍ୟନ୍ତ ଧର୍ମପରାୟଣା ସୁଗୃହିଣୀ ଥିଲେ|ପୂଜ୍ୟ ଗୁରୁଜୀଙ୍କ ଜନ୍ମ ସନ୍୧୯୪୮ ରେ ହୋଇଥିଲା ତଥା ସେ ବାଲ୍ୟାବସ୍ଥାରୁ ହିଁ ଅତ୍ୟନ୍ତ ଧର୍ମାନୁରାଗୀ ଥିଲେ ଯାହାକି ତାଙ୍କ ପିତା ମାତଙ୍କ ଠାରୁ ତାଙ୍କୁ ମିଳିଛି |ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ କରିବାପରେ କିଛି ଦିନ ସେଠାରେ ସେ ପ୍ରାଧ୍ୟାପକ ଭାବେ ଚାକିରି କରିଥିଲେ |ସନ୍ ୧୯୭୨ ରେ ସର୍ବଭାରତୀୟ ପୋଲିସ ସେବାରେ ଯୋଗଦାନ କରି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀ ଯେପରିକି ନାଗରିକ ବିମାନ ସୁରକ୍ଷା ବାହିନୀ ଆଦିରେ ସଫଳତାର ସହିତ କାର୍ଯ୍ୟସଂପାଦନ କରିଛନ୍ତି |ଯେଉଁଥିପାଇଁ ଭାରତ ସରକାରଙ୍କ ଦ୍ବାରା ସେ ବହୁବାର ପୁରଷ୍କୃତ ଏବଂ ଉଚ୍ଚ ପ୍ରଶଂସିତ ହୋଇଛନ୍ତି |ସନ୍ ୨୦୦୮ ରେ ପୋଲିସ୍ ମହାନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଲା ପରେ ଏବେ ସେ ଭାରତ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତ |ଏ ସମସ୍ତ ସରକାରୀ ଦିୟିତ୍ବ ବ୍ୟତୀତ ନିଜ ପରିବାର ତଥା ବିଶ୍ବର ଅଗଣିତ ସାଇଭକ୍ତଙ୍କ ପ୍ରତି ଥିବା ନିଜ ଦାୟିତ୍ବ/କର୍ତ୍ତବ୍ୟକୁ ମଧ୍ୟ ସଠିକ ଭାବେ ସେ ନିର୍ବାହ କରିଛନ୍ତି |
ସନ୍ ୧୯୮୯ରେ ଶ୍ରୀଯୁକ୍ତ ଶତପଥୀ ପ୍ରଥମକରି ଶ୍ରୀ ଶିରିଡି ସାଇବାବାଙ୍କ ଆଡକୁ ଆକର୍ଷିତ ହେଲେ ଏବଂ ସେହିଦିନ ଠାରୁ ସେ ସାଇ ଆନ୍ଦୋଳନର ମୁଖ୍ୟ ପୁରୋଧା ଭାବେ ଦେଶ ବିଦେଶ ରେ ବାବାଙ୍କ ମାନବଜାତି ପ୍ରତି ଥିବା ବାର୍ତ୍ତାକୁ ପ୍ରଚାର-ପ୍ରସାର କରୁଛନ୍ତି |ତାଙ୍କ ପ୍ରେରଣା ଓ ମାର୍ଗଦର୍ଶନ ଯୋଗୁଁ ଆଜି ବିଶ୍ବର ଅଗଣିତ ଜନସମୁଦାୟ ବାବାଙ୍କ କରୁଣା ଲାଭ କରୁଛନ୍ତି ଏବଂ ସାଇ ଆନ୍ଦୋଳନ ପ୍ରତିଦିନ ନୂଆ କୀର୍ତ୍ତୀମାନ ସ୍ଥାପନ କରୁଅଛି |ତାଙ୍କ ପ୍ରେରଣା ଯୋଗୁଁ ବିଶ୍ବ ସାଇ ଆନ୍ଦୋଳନ ପ୍ରତ୍ୟେକ ମାନବ କୁ ନିଜକୁ ଖୋଜିବାକୁ ମାର୍ଗ ଦର୍ଶନ କରାଉଅଛି |ପୂଜ୍ୟ ଗୁରୁଜୀ ଚମତ୍କାରିତା ରେ ବିଶ୍ବାସ କରନ୍ତିନି |
ଶ୍ରୀଯୁକ୍ତ ଶତପଥୀଙ୍କ ପ୍ରେରଣା ଏବଂ ମାର୍ଗଦର୍ଶନରେ ବିଶ୍ବର ବିଭିନ୍ନ ସ୍ଥାନ ଯେପରିକି ଆମେରିକା,କାନାଡା,ସ୍ପେନ୍,ବ୍ରିଟେନ୍ ଆଦିରେ ପାଖାପାଖି ୨୨୦ ଗୋଟି ସାଇ ମନ୍ଦିର ନିର୍ମିତ ହୋଇସାରିଲାଣି ଯାହାକି ବାବାଙ୍କ ମାନବିକତାର ବାର୍ତ୍ତା ସୁଦ୍ଧ ଆଚରଣ,ପ୍ରେମ,ସହିଷ୍ଣ୍ଣୁତା,ଶ୍ରଦ୍ଧା,ଧୈର୍ଯ୍ୟ ର ପ୍ରଚାର-ପ୍ରସାରର କେନ୍ଦ୍ରବିନ୍ଦୁ ପାଲଟିଛି |ଏହି ସବୁ ସଂସ୍ଥା ମାନ ସମାଜର ଉନ୍ନତି ହେତୁ ବିଭିନ୍ନ ପ୍ରକାରର ଦାତବ୍ୟ କାର୍ଯ୍ୟମାନ କରିଥାନ୍ତି |ଉଦାହରଣସ୍ବରୂପ-ପ୍ରାକୃତିକ ବିପର୍ଯ୍ୟୟ(ବନ୍ୟା,ବାତ୍ୟା) ସମୟରେ ପୀଡିତଙ୍କୁ ସାହାଯ୍ୟ/ସେବା ପ୍ରଦାନ କରିବା ଏବଂ ମାଗାଣା ଚିକିତ୍ସା,ମାଗଣା ଶିକ୍ଷା, ମାଗଣା ଭୋଜନ ଆଦି ସୁବିଧା ଉପଲବ୍ଧ କରେଇବା ଇତ୍ୟାଦି |
ଶ୍ରୀଯୁକ୍ତ ଶତପଥୀ ନିକଟରେ ଶ୍ରୀ ଗୁରୁ ଭାଗବତ ନାମରେ ଏକ ଓଡିଆ କାବ୍ୟଗ୍ରନ୍ଥ ରଚନା କରିଛନ୍ତି ଯାହାକି ୧୬୦୦୦ ପଙ୍ତି ବିଶିଷ୍ଟ ଏବଂ ଅତିବଡି ଶ୍ରୀଯୁକ୍ତ ଜଗନ୍ନାଥ ଦାଶକୃତ ଭାଗବତ ସଦୃଶ ନବାକ୍ଷରୀ ଛନ୍ଦ ରେ ରଚିତ |ଏହି ମହାଗ୍ରନ୍ଥରେ ଗୁରୁତତ୍ତ୍ବ,ଗୁରୁ-ଶିଷ୍ୟ ପରଂପରା,ସଦ୍ଗୁରୁ ତତ୍ତ୍ବ ଆଦି ବିଷୟରେ ବର୍ଣ୍ଣନା କରାଯାଇଅଛି|ଏହି ମହାକାବ୍ୟର ପ୍ରଥମ ଖଣ୍ଡ ନିକଟ ଅତୀତରେ ଶ୍ରୀ ସାଇବାବାଙ୍କ ମହାସମାଧୀ ଦିବସ ଅବସରରେ ଶିରିଡିରେ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଉନ୍ମୋଚିତ ହୋଇଛି|ପୂର୍ବରୁ ଏହି କାବ୍ୟଗ୍ରନ୍ଥର କିଛି ଅଂଶ ସି.ଡି. ମାଧ୍ୟମରେ ମୁକ୍ତିଲାଭ କରିସାରିଛି ଯାହ କି ଖୁବ୍ ଜନାଦୃତି ଲାଭ କରିଛି |ଗୋପ୍ୟ ରୁ ଅଗୋପ୍ୟ ପୂଜ୍ୟ ଗୁରୁଜୀଙ୍କ ଦ୍ବାରା ଓଡିଆ ଭାଷାରେ ରଚିତ ଅନ୍ୟ ଏକ କାବ୍ୟ ଗ୍ରନ୍ଥ ଯେଉଁଥିରେ ବ୍ରହ୍ମାଣ୍ଡର ସୃଷ୍ଟି, ସ୍ଥିତି,ସଞ୍ଚାଳନ ବିଷୟରେ ଅତ୍ୟନ୍ତ ଗଭୀର ତତ୍ତ୍ବ ଉପସ୍ଥାପିତ ହୋଇଛି | ଏହି ଗ୍ରନ୍ଥ ଟିରେ ସୃଷ୍ଟିର ଅନେକ ଗୂଢ ବିଷୟ ସବୁ ଉପରେ ଆଲୋକପାତ କରାଯାଇଛି ତଥା ଆଧ୍ୟ୍ୟାତ୍ମିକ ପ୍ରଗତି ପଥରେ ପ୍ରତ୍ୟେକ ପଥିକ କୁ ଏହା ମାର୍ଗ ଦର୍ଶନ କରିଥାଏ | ଏହି ଗ୍ରନ୍ଥଟିର ସଂସ୍କୃତ ସଂସ୍କରଣ ମଧ୍ୟ ଉପଲବ୍ଧ ଯାହାକି ସୃଷ୍ଟିତତ୍ତ୍ବାନୁଚିନ୍ତନମ୍ ନାମେ ନାମିତ |
ପ୍ରକାଶ ଥାଉ କି ଉପରୋକ୍ତ ଦୁଇ ଗ୍ରନ୍ଥ କୁ ବୁଝିବା ପାଇଁ ଅଣ-ଓଡିଆଙ୍କ ମଧ୍ୟରେ ଓଡିଆ ଭାଷା ଶିକ୍ଷା କରିବାକୁ ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଛି |
ପୂଜ୍ୟ ଗୁରୁଜୀ ଓଡିଆ ବ୍ୟତୀତ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ମଧ୍ୟ ଅନେକ ପୁସ୍ତକ ଯେପରି କି ବାବା ମେ ଆୟ୍ ଆନ୍ସାର୍,ଶିରିଡି ସାଇବାବା ଏଣ୍ଡ୍ ଓଦର୍ ପର୍ଫେକ୍ଟ୍ ମାଷ୍ଟର୍ସ୍,କ୍ୟା ମୈଁ ଆପକୋ କୁଚ୍ଛ୍ ବତା ସକ୍ତା ହୁଁ ? ପ୍ରଭୃତି ରଚନା କରିଛନ୍ତି |ଏହି ସବୁ ପୁସ୍ତକ ଗୁଡିକ ଓଡିଆ ଛଡା ଅନ୍ୟ ଭାଷା ଯେପରିକି ବଙ୍ଗଳା, ଆସାମୀ,ଗୁଜରାଟୀ,ମରାଠୀ ରେ ମଧ୍ୟ ପ୍ରକାଶିତ ହୋଇଛି | ଏହି ସମସ୍ତ ପୁସ୍ତକ ଆଧ୍ୟ୍ୟତ୍ମିକ ମାର୍ଗରେ ମାନବ ସାମ୍ନା କରୁଥିବା ବିଭିନ୍ନ ସନ୍ଦେହ,ଶଙ୍କା ଆଦିକୁ ଦୁର କରି ତାକୁ ତାର ଲକ୍ଷ୍ୟସ୍ଥଳରେ ପହଞ୍ଛାଇଥାଏ |
ପୂଜ୍ୟ ଗୁରୁଜୀ ସଙ୍ଗୀତ କୁ ବିସ୍ତୃତରୁପେ ଶିରିଡି ବାବାଙ୍କ ନିକଟରେ ପହଞ୍ଚାଇବାପାଇଁ ଭକ୍ତିର ପୟୋଗ କରିଛନ୍ତି | ଫଳସ୍ବରୂପ, ଟାଇମ୍ସ୍ ମ୍ୟୁଜିକ୍,ମୁମ୍ବାଇ ଦ୍ବାରା ପ୍ରସ୍ତୁତଲିଭିଂ ୱିଥ୍ ସାଇ: ସାଇ କେ ସାଥ୍ ଏବଂ ତୁଭ୍ୟ୍ମ୍ ନମାମି ସାଇନାଥାୟ ଭଳି ଭାବପୂର୍ଣ୍ଣ ହିନ୍ଦୀ ଭଜନ ସି.ଡି. ର ରଚନା ତଥା ନିର୍ଦ୍ଦେଶନା ଦେଇଛନ୍ତି|ଏହି ଦୁଇଟି ସି.ଡି. ବିଶ୍ବ ଦରବାରରେ ଖୁବ୍ ଆଦର ଲାଭ କରିଛି |ଲିଭିଂ ୱିଥ୍ ସାଇ: ସାଇ କେ ସାଥ୍ରେ ଭାରତର ଜଣାଶୁଣା ଗାୟକ ଗାୟିକା ଯେପରିକି ପଣ୍ଡିତ ସୁରେଶ ୱାଡେକର୍,ସାଧନା ସର୍ଗମ୍,ଶିଳ୍ପା ରାଓ, ଶଙ୍କର ମହାଦେବନ୍ ଏବଂ ସୁଖ୍ବିନ୍ଦର୍ ସିଂ ପ୍ରଭୃତି କଣ୍ଠଦାନ କରିଥିବାବେଳେ ସ୍ବୟଂ ଗୁରୁଜୀ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏବଂ ତୁଭ୍ୟ୍ମ୍ ନମାମି ସାଇନାଥାୟ ରେ ସ୍ବୟଂ ଗୁରୁଜୀ କଣ୍ଠ ଦାନ ତଥା ସଙ୍ଗୀତ ନିର୍ଦ୍ଦେଶନା କରିଛନ୍ତି,ଯାହା କି ଶିରିଡି ସମେତ ଅନ୍ୟ ସାଇ ମନ୍ଦିର ମାନଙ୍କରେ ପ୍ରତ୍ୟହ ସ୍ତୁତି ଆକରରେ ଶ୍ରବଣ କରାଯାଉଛି |ଏହା ବ୍ୟତୀତ ସାଇ ଶରଣ୍ ମେଁ, ଗୀତ୍ ସାଇ କେ ଲିୟେ, ପ୍ରୀତ୍ ସାଇ କେ ଲିୟେ, ସାଇ କା ବନ୍ଦା, ଦୟା କରୋ ମେରେ ସାଇ, ହେ ସାଇ ତୁମ୍ହାରା ନାମ୍, ଶ୍ରୀ ସାଇ ମଙ୍ଗଳମ୍ ,ସାଇ ସଙ୍ଗୀତ୍, ଭକ୍ତି ନିବେଦନ ଶ୍ରୀ ସାଇ ଚରଣରେ ଆଦି ହିନ୍ଦୀ ଏବଂ ଓଡିଆ ଭଜନ ସବୁ ରଚନା ତଥା ନିର୍ଦ୍ଦେଶନା ଦେଇଛନ୍ତି |
ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଭକ୍ତିରେ ବିହ୍ବଳିତ ହୋଇ ପୂଜ୍ୟ ଗୁରୁଜୀ ଅନେକ ଗୀତ ରଚନା କରିଛନ୍ତି ଯେଉଁଗୁଡିକ କି ଶ୍ରୀ ଜଗନ୍ନାଥ ମହିମା ନାମକ ଏକ ସି.ଡି. ରେ ମୁକ୍ତିଲାଭ କରିଛି |
ଶ୍ରୀ ଶିରିଡି ସାଇବାବାଙ୍କ ବାର୍ତ୍ତା,ଲୀଳା, ଦର୍ଶନ କୁ ବିଶ୍ବ ଦରବାରରେ ପହଞ୍ଚାଇବା ଉଦ୍ଦେଶ୍ୟ ନେଇ ପୂଜ୍ୟ ଗୁରୁଜୀଙ୍କ ପ୍ରେରଣା ଏବଂ ତତ୍ତ୍ବାବଧାନରେ ବିଭିନ୍ନ ୱେବ୍ସାଇଟ୍ ଯେପରିକିwww.shirdibaba.org, www.heritageofshirdisai.org, www.shirdisaipeeth.org, www.shirdisaidham.net,www.saibabaofshirdi.net ,www.saibaba.org ପ୍ରଭୃତି କାର୍ଯ୍ୟ କରୁଛନ୍ତି |ଅନେକ ଆଧ୍ୟତ୍ମିକ ପତ୍ରିକା ଯେପରିକି ହେରିଟେଜ୍ ଅଫ୍ ଶିରିଡି ସାଇ, ସାଇବାବା ଦର୍ଶନ୍, ସାଇ ଅର୍ପଣ, ସାଇ କିରଣାଳୁ,ସାଇ ବାଣୀ, ନୂଆ ଜୀବନର ସନ୍ଧାନ-ସାଇ ନିର୍ମାଲ୍ୟ, ସାଇ ଛାୟା ପ୍ରଭୃତି ଆଜି ଗୁରୁଜୀଙ୍କ ପ୍ରେରଣା ଏବଂ ମାର୍ଗ ଦର୍ଶନରେ ବାବାଙ୍କ ବାଣୀ ପ୍ରଚାରରେ ସକ୍ରିୟ ଭୂମିକା ଗ୍ରହଣ କରି ବସୁଧୈବ କୁଟୁମ୍ବକମ୍ ନିୟମକୁ ସତ୍ୟ ସାବ୍ୟସ୍ତ କରୁଛନ୍ତି |
ଶ୍ରୀ ଗୁରୁଜୀ ନିଜର ସଂପୂର୍ଣ୍ଣ ଜୀବନ କୁ ବାବାଙ୍କ ବାଣୀ ପ୍ରଚାରରେ ସମର୍ପଣ କରିଦେଇଛନ୍ତି |ସେ ସମଗ୍ର ମାନବ ଜଗତ ପାଇଁ ଜଣେ ଉଦାହରଣ କି ଜଣେ ସାଂସାରିକ ବନ୍ଧନରେ ବାନ୍ଧି ହୋଇ ମଧ୍ୟ, ନିଜ ସାଂସାରିକ ଜଞ୍ଜାଳ କୁ ନିୟନ୍ତ୍ରଣ କରି ମଧ୍ୟ ଆଧ୍ୟ୍ୟାତ୍ମିକ ଚେତନାର ଉଚ୍ଚତମ ସୋପାନରେ ପହଞ୍ଚିପାରିଥାଏ |ସେ ସମସ୍ତଙ୍କୁ ମାର୍ଗ ଦର୍ଶନ ପୂର୍ବକ ଶ୍ରୀ ସାଇ ସଚ୍ଚରିତ୍ର ପାଠ କରିବାର ପରାମର୍ଶ ଦେଇଥାନ୍ତି |
ପୂଜ୍ୟ ଗୁରୁଜୀ ସାଇ ଭକ୍ତମାନଙ୍କ ପାଇଁ ଗୁରୁ,ମାତା,ପିତା,ଭାଇ,ସଖା ଭାବେ ଭୂମିକା ନିର୍ବାହ କରିଥାନ୍ତି ତଥା ମାର୍ଗ ଦର୍ଶନ କରି ତାଙ୍କୁ ଆଶିଶ ଦେଇଥାନ୍ତି |କୋଟି କୋଟି ସାଇ ଭକ୍ତଙ୍କ ପାଇଁ ସେ ଶିରିଡି ବାବାଙ୍କ ସାକ୍ଷାତ ସ୍ବରୂପ ଅଟନ୍ତି | ଗୁରୁଜୀ ନିଜର ସଂପୂର୍ଣ୍ଣ ଜୀବନକୁ ବାବା ଏବଂ ତାଙ୍କ ଭକ୍ତଙ୍କ ସେବାରେ ସମର୍ପି ଦେଇଛନ୍ତି |
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର, ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈଶ୍ରୀ ଗୁରବେ ନମଃ
ଆପଣଙ୍କ ଚରଣରେ ଆମର କୋଟି କୋଟି ସାଦର ପ୍ରଣାମ ଓ ବନ୍ଦନା | ଆପଣଙ୍କ ଆଶିଶ ସର୍ବଦା ଆମ ସାଥେ ଥାଉ ଏହା ହିଁ ଆମ ପ୍ରାର୍ଥନା
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 



