Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ଶିରିଡି ନଗର ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ପାଖାପାଖି ୨୯୬ କି.ମି ଦୂରରେ ଅବସ୍ଥିତ | ଶିରିଡିରେ ପହଞ୍ଚିବା ପାଇଁ ହେଲିକେପ୍ଟର ସେବା ମଧ୍ୟ ଉପଲବ୍ଧ | ଯେହେତୁ ଏଠରେ ଥିବା ଏକମାତ୍ର ହେଲିପେଡ ଟି ଶ୍ରୀ ସାଇବାବା ସଂସ୍ଥାନ ଦ୍ବାରା ପରିଚାଳିତ, ତେଣୁ ଏହି ସୁବିଧାର ଲାଭ ଉଠେଇବାକୁ ହେଲେ ସଂସ୍ଥାନର ଅନୁମତି ନେବାକୁ ପଡିଥାଏ | ଶିରିଡିରେ ନୂତନଭାବେ ନିର୍ମିତ ସାଇନଗର-ଶିରିଡି ନାମକ ରେଳ ଷ୍ତେସନ ୨୦୦୯ ମସିହାରେ ଉଦ୍‌ଘାଟିତ ହୋଇଛି ଯାହାକି ବାବାଙ୍କ ସମାଧୀ ମନ୍ଦିରଠାରୁ ମାତ୍ର ୨କି.ମି ଦୂରରେ ଅବସ୍ଥିତ | ଭକ୍ତମାନଙ୍କ ସୁବିଧାର୍ଥେ ସଂସ୍ଥାନ ତରଫରୁ ରେଳ ଷ୍ତେସନ ଯାଏଁ ଯିବା ପାଇଁ ମାଗଣା ବସ୍ ଚଳାଚଳ କରିଥାଏ , ଯାହାକି ସଂସ୍ଥାନର ନବନିର୍ମିତ ବିଶ୍ରାମସ୍ଥଳରେ ପୂର୍ବରୁ ଆରକ୍ଷିତ କରିଥିବା ଭକ୍ତଙ୍କ ସକାଶେ ଉପଲବ୍ଧ |(ଏ ସମ୍ବନ୍ଧୀୟ ଅଧିକ ତଥ୍ୟ ସଂସ୍ଥାନର ନିଜର website ରେ ପାଇପାରିବେ )

ସନ୍ ୨୦୧୦ ସୁଦ୍ଧା ରେଳ ବିଭାଗ ତରଫରୁ ଚେନ୍ନଇ,ମୁମ୍ବାଇ,ବିଶାଖାପାଟଣା,ସିକନ୍ଦରାବାଦ,କୋଲକାତା ଆଦି ମହତ୍ତ୍ବପୂର୍ଣ୍ଣ ସ୍ଥାନ ମାନଙ୍କରୁ ଶିରିଡିକୁ ସିଧାସଳଖ ରେଳ ଯାତାୟତ କରିବାର ଯୋଜନା ଚାଲିଛି(କିଛି କାର୍ଯ୍ୟକ୍ଷମ ହୋଇସାରିଲାଣି)| ପୂର୍ବେ ଭକ୍ତମାନେ ମନମାଢ,କିମ୍ବା ନାସିକ୍ ରେ ଓହ୍ଲାଇ ଶିରିଡି କୁ ଆସୁଥିଲେ ଯେଉଁଥିପାଇଁ ଅତିକମ୍‌ରେ ୩/୪ ଘଣ୍ଟା ସମୟ ଲାଗୁଥିଲା | ଶିରିଡି କୁ ଚଳାଚଳ କରୁଥିବା ସମସ୍ତ ଟ୍ରେନ୍‌ମାନଙ୍କରେ ପ୍ରଥମ ଶ୍ରେଣୀ ବାତାନୁକୁଳିତ ଠାରୁ ଆରମ୍ଭ କରି ସାଧାରଣ ଶୟନ ଶ୍ରେଣୀ ର ସୁବିଧା ଉପଲବ୍ଧ ଯାହକି ସବୁ ବର୍ଗର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଅଟେ | ମନମାଢ ଠାରୁ ଶିରିଡି କୁ ରେଳମାର୍ଗରେ ଦୂରତା ମାତ୍ର ୫୮କି.ମି |ଆପଣ କୋପରଗାଓଁ ଠାରେ ମଧ୍ୟ ଓହ୍ଲାଇ ଟେକ୍ସୀ ମାଧ୍ୟମରେ ଶିରିଡିକୁ ଯାଇପାରିବେ ଯାହକି ମାତ୍ର ୧୫ କି.ମି. ଦୂରତା ବିଶିଷ୍ଟ |କିମ୍ବା ନାସିକ୍,ଯାହା ଶିରିଡିଠାରୁ୧୧୯ କି.ମି ଦୂରରେ, ରେ ଓହ୍ଲାଇ ଶିରିଡି କୁ ବସ୍ ମାଧ୍ୟମରେ ପହଞ୍ଚିପାରିବେ |

ସନ୍ ୨୦୧୨ ସୁଦ୍ଧା ଶିରିଡିରେ ଏକ ଅନ୍ତରାଷ୍ଟ୍ରିୟ ବିମାନବନ୍ଦରର କାମ ସଂପୂର୍ଣ୍ଣ ହୋଇଯିବ |

ମନ୍ଦିର ପ୍ରାଙ୍ଗଣରେ ହିଁ ରେଳ ବିଭାଗର ଆରକ୍ଷଣ କକ୍ଷ ଅବସ୍ଥିତ ଯେଉଁଥିରେ ଭକ୍ତଗଣ ନିଜର ରେଳ ଆରକ୍ଷଣ ସଂପର୍କୀୟ ସମସ୍ତ ସୁବିଧା ପାଇପାରିବେ |

ଶିରିଡିକୁ ଉଭୟ ସରକାରୀ ତଥା ବେସରକାରୀ ବସ୍‌ ସେବା ଉପଲବ୍ଧ | ମୁମ୍ବାଇ ବିମାନ ବନ୍ଦରରେ ଓହ୍ଲାଇ ଦାଦର ବସ୍‌ଷ୍ଟାଣ୍ଡ୍‌କୁ କୌଣସି ଟେକ୍ସି ସାହାଯ୍ୟରେ ମାତ୍ର ୧୦୦-୧୫୦ ଟଙ୍କା ଦେଇ ପହଞ୍ଚିପାରିବେ | ଦାଦର ରୁ ଶିରିଡିକୁ ପ୍ରାୟ ସବୁବେଳେ ବିଭିନ୍ନ ଶ୍ରେଣୀ ଯେପରିକି ସାଧାରଣ, ସ୍ଲିପର୍,ତଥା ବାତାନୁକୂଳିତ(ଏ.ସି) ବସ୍‌ ଯାତାୟତ କରିଥାଏ | ସାଧାରଣ ବସ୍‌ରେ ଭଡା ହାରାହାରି ଟ୧୫୦ଙ୍କା ଥିବାବେଳେ ଏ.ସି ବସ୍‌ରେ ଟ୩୦୦ଙ୍କା ଥାଏ  | ମୂମ୍ବାଇଠାରୁ ମଧ୍ୟ ପ୍ରାୟ ପ୍ରତ୍ୟେକ ୩ଘଣ୍ଟାରେ ଗୋଟିଏ ଲେଖାଏଁ ବସ୍‌ ଯାତାୟତ କରିଥାଏ |ଏଣୁ ଶିରିଡିକୁ ଯିବା ପାଇଁ ଆପନଙ୍କୁ ବେଶୀ ସମୟ ଅପେକ୍ଷା କରିବାକୁ ପଡିବ ନାହିଁ |

ହାଇଦ୍ରାବାଦରୁ ମଧ୍ୟ ଶିରିଡିକୁ ନିୟମିତ ସମୟ ବ୍ୟବଧାନରେ ବସ୍‌ ଚଳାଚଳ କରିଥାଏ | ଏହି ନିକଟରେ ହିଁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ସିକନ୍ଦରାବାଦଠାରେ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ୍‌ ର ଏକ ସୂଚନା କେନ୍ଦ୍ର ଉଦ୍‌ଘାଟିତ ହୋଇଥିଲା| ଏହି କେନ୍ଦ୍ରରେ ଶିରିଡିରେ ବାବାଙ୍କ ଦର୍ଶନ ତଥା ସେଠାରେ ରହଣି ସମ୍ବନ୍ଧୀୟ ସମସ୍ତ ତଥ୍ୟ ମିଳୁଛି ଯାହା କି ଆନ୍ଧ୍ର ପ୍ରଦେଶ ରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଉପକାରୀ ସାବ୍ୟସ୍ତ ହେଉଛି | ଏହି କେନ୍ଦ୍ରରେ ସଂସ୍ଥାନ ଦ୍ବାରା ପ୍ରକାଶିତ ବାବାଙ୍କ ସମ୍ବନ୍ଧୀୟ ବିଭିନ୍ନ ପୁସ୍ତକ,ଗ୍ରନ୍ଥ ଆଦି ସୁଲଭ ମୂଲ୍ୟରେ ମିଳିଥାଏ | ଏହିପରି ଆହୁରି ୫ ଗୋଟି କେନ୍ଦ୍ର ଦେଶର ଅନ୍ୟ ପ୍ରମୁଖ ସହରମାନଙ୍କରେ ମଧ୍ୟ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସଂସ୍ଥାନଠାରୁ ପ୍ରକାଶ |

Site in Other Languages


English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ