ଦର୍ଶନୀୟ ସ୍ଥାନ |
ଖଣ୍ଡୋବା ମନ୍ଦିର
ଏହା ଶିରିଡି ର ଗ୍ରାମ ଦେବତା ଶ୍ରୀ ଖଣ୍ଡୋବାଙ୍କ ସ୍ଥଳ | ଏହି ମନ୍ଦିରରେ ବାବା ଚାନ୍ଦ୍ ପାଟିଲ ଙ୍କ ବରଯାତ୍ରୀ ଦଳ ସହିତ ଆସି ପ୍ରଥମେ ଓହ୍ଲାଇଥିଲେ ଏବଂ ମନ୍ଦିରର ପୂଜକ ମହାଲ୍ସାପତି ପ୍ରଥମ କରି ବାବାଙ୍କୁ “ୟା ସାଇ“ ବା “ଆସନ୍ତୁ ସାଇ“ ବୋଲି ସମ୍ବୋଧନ କରି ଡାକିଥିଲେ |ଏହା ଶ୍ରୀ ସାଇନାଥ ହସ୍ପିଟାଲ୍ ନିକଟରେ ଅବସ୍ଥିତ |
ଗୁରୁସ୍ଥାନ
ଏହି ସ୍ଥାନରେ ଥିବା ନିମ୍ବ ବୃକ୍ଷ ମୂଳେ ବାବା ପ୍ରଥମେ ୧୬ବର୍ଷ ବୟସର ଏକ ବାଳକ ରୂପେ ଆବିର୍ଭୂତ ହୋଇଥିଲେ | ଏହା ତାଙ୍କ ଗୁରୁଙ୍କ ସ୍ଥାନ ଅଟେ |ଏଠାରେ ଗୁରୁବାର ଏବଂ ଶୁକ୍ରବାରରେ ଧୂପ ଜାଳିଲେ କଷ୍ଟରୁ ମୁକ୍ତି ମିଳେ ବୋଲି ମାନ୍ୟତା ଅଛି |
ବାବାଙ୍କ ସମାଧୀ ମନ୍ଦିର
ଏହି ପବିତ୍ର ସ୍ଥଳରେ ବାବା ସମାଧୀ ରୂପେ ବିଶ୍ରାମ ନେଇଛନ୍ତି | ବାବା ତାଙ୍କ ଜୀବନ କାଳରେ ବ୍ୟବହାର କରୁଥିବା ସାମଗ୍ରୀମାନ ଏହି ମନ୍ଦିରର ଏକ ବିଶେଷ କକ୍ଷରେ ଭକ୍ତଙ୍କ ଦର୍ଶନାର୍ଥେ ରଖା ଯାଇଛି | ଏହି ମନ୍ଦିରଟିକୁ ନାଗପୁରର ପ୍ରସିଦ୍ଧ ବ୍ୟବସାୟୀ ଶ୍ରୀ ଗୋପାଳ ରାଓ ବୁଟ୍ଟି ମୁରଲୀଧରଙ୍କ ପାଇଁ ନିର୍ମାଣ କରିଥିଲେ କିନ୍ତୁ ବାବା ଅତ୍ୟନ୍ତ ବିସ୍ମିତ ଲୀଳା ମାଧ୍ୟମରେ ଦେହାବଶାନ ପରେ ଏହି ଠାରେ ହିଁ ମୁରଲୀଧର ଭାବେ ଚିରଦିନ ପାଇଁ ବିଶ୍ରାମ ନେଇ ଗଲେ | ଏହି ସ୍ଥାନକୁ ବୁଟ୍ଟି ୱାଡା ମଧ୍ୟ କୁହାଯାଏ |ଏଠାରେ ଧଳା ରଙ୍ଗର ମାର୍ବଲ୍ରେ ନିର୍ମିତ ବାବାଙ୍କ ମୃଣ୍ମୟ ମୂର୍ତ୍ତି ଅବସ୍ଥିତ ଯାହାକୁ କି ସ୍ବଃ. ବାଲାଜୀ ବସନ୍ତ ୧୯୫୪ରେ ନିର୍ମାଣ କରିଥିଲେ|ଏହି ମନ୍ଦିରରେ ୬୦୦ ଭକ୍ତଙ୍କ ବସିବା ପାଇଁ ସଭାଗୃହ ରହିଛି ତଥା ପ୍ରଥମ ମହଲାରେ ବାବାଙ୍କ ଲୀଳା ସଂପର୍କୀୟ ଛବିମାନ ଲାଗିଛି |ସମାଧୀ ମନ୍ଦିର ପ୍ରତ୍ୟହ ସକାଳ ୫ଟାରେ ଖୋଲି ରାତି ୧୦ଟାରେ ବାବାଙ୍କ ଶେଯ ଆରତି ପରେ ମନ୍ଦିରର କବାଟ ବନ୍ଦ ହୋଇଥାଏ |
ଦ୍ବାରକାମାୟୀ ମସ୍ଜିଦ୍
ବାବା ଏହି ସ୍ଥାନରେ ପ୍ରାୟ ୬୦ ବର୍ଷ କାଳ ରହିଥିଲେ |ଅସଂଖ୍ୟ ଭକ୍ତ ବାବାଙ୍କ ଜୀବନକାଳରେ ଏହି ସ୍ଥାନକୁ ଆସି ତାଙ୍କ ଆଶୀର୍ବାଦ ପ୍ରାପ୍ତ କରୁଥିଲେ |ସେହି ଧୂନୀ ଯାହା ଉପରେ ବସୁଥିଲେ,ତାହା ଆଜି ବି ଏଠାରେ ରହିଛି | ସେହି ପବିତ୍ର ଧୂନୀ ଯାହାକୁ ବାବା ନିଜେ ଜଳାଇ ରଖିଥିଲେ, ଆଜିବି ତାହା ଏଠାରେ ଜଳୁଛି ଏବଂ ଏଠାରୁ ମିଳୁଥିବା ବିଭୁତି (ଉଦି) ଆଜିବି ଭକ୍ତଙ୍କ ସମସ୍ତ ଦୁଃଖ, କଷ୍ଟ ଦୂର୍ କରି ବାବାଙ୍କ ଅସ୍ତିତ୍ବ କୁ ପ୍ରମାଣ କରୁଛି | ବାବା ଏହି ସ୍ଥାନରେ ହିଁ ନିଜ ଭକ୍ତଙ୍କ ପାଇଁ ନିଜ ହାତରେ ଭୋଜନ ତିଆରି କରି ପରଶୁ ଥିଲେ |ବାବାଙ୍କ ଜୀବନ କାଳରେ ବନା ଯାଇଥିବା ତୈଳ ଚିତ୍ର ଟି ଆଜି ବି ଏଠାରେ ଶୋଭା ବର୍ଦ୍ଧନ କରୁଅଛି |
ଚଭାଡି
ଜୀବିତାବସ୍ଥାରେ ବାବା ପ୍ରତ୍ୟେକ ଦିନେ ଛଡା ଦିନେ ଦ୍ବାରକାମାୟୀ ରୁ ଶୋଭାଯାତ୍ରାରେ ବାହାରି ଏହି ସ୍ଥାନରେ ରାତ୍ରି ଶୟନ କରୁଥିଲେ | ଏହି ଶୋଭାଯାତ୍ରରେ ବହୁ ସଂଖ୍ୟାରେ ଭକ୍ତମାନେ ଭାଗ ନେଉଥିଲେ | ଏହି ପରମ୍ପରାକୁ ବଜାୟ ରଖିବାକୁ ଯାଇ ଆଜିବି ପ୍ରତ୍ୟେକ ଗୁରୁବାର ସଂଧ୍ୟାରେ ବାବାଙ୍କ ପାଲିଙ୍କି ବାହାରେ ଏବଂ ହଜାର ହଜାର ସଂଖ୍ୟକ ଭକ୍ତ ଏଥିରେ ସାମିଲ୍ ହୋଇଥାନ୍ତି |ଏହି ପାଲିଙ୍କି ରେ ବାବାଙ୍କ ଏକ ବୃହତ୍ ଫଟୋ, ତାଙ୍କ ସଟ୍କା ଏବଂ ପଦିତ୍ର ପାଦୁକା ରଖାଯାଇଥାଏ |ଚଭାଡି ଟି ଦୁଇ ଭାଗରେ ବିଭକ୍ତ-ଗୋଟିଏ ପାଖରେ ବାବାଙ୍କ ବ୍ୟବହୃତ ଚୌକି ଏବଂ ଅନ୍ୟ ପାଖରେ ବାବାଙ୍କ ଏକ ବୃହତ୍ ଛବି, କାଠର ପଲଙ୍କ ସହିତ ରହିଛି |
ଭକ୍ତମାନେ ଏହି ସମସ୍ତ ସ୍ଥାନକୁ ଧାଡିରେ ଯାଇ ଦର୍ଶନ କରିପାରିବେ |
ଲେଣ୍ଡୀ (ବାଗ୍)ବଗିଚା
ଦ୍ବାରକାମାୟୀ ଠାରୁ ଅଳ୍ପ ଦୂରରେ ଲେଣ୍ଡୀ ବଗିଚା ରହିଛି| ଏହା ହେଉଛି ସେହି ବଗିଚା ଯାହାକୁ କି ବାବା ସ୍ବୟଂ ନିଜ ହାତରେ ଗଢିଥିଲେ | ବାବା ପ୍ରତ୍ୟହ ଆସି ଏଥିରେ ନିଜେ ଲଗାଇଥିବା ଗଛ ମାନଙ୍କରେ ପାଣି ସିଞ୍ଚନ କରୁଥିଲେ | ଏଥିପାଇଁ ତାଙ୍କୁ ପ୍ରତିଦିନ ଜଣେ କୁମ୍ଭାର ମାଟି ନିର୍ମିତ ମାଠିଆ ଦେଉଥିଲେ | ଏଠାରେ ରହିଥିବା ନିମ୍ବ ବୃକ୍ଷ ମୂଳେ ବାବା ପ୍ରତି ଦିନ ସକାଳେ ଏବଂ ସଂଧ୍ୟାରେ ଆସି ଆରାମ କରୁଥିଲେ | ଏହି ବୃକ୍ଷ ମୂଳରେ ସେ ଏକ ଅଖଣ୍ଡ ଦୀପ ଜଳାଇ ରଖିଥିଲେ ଯାହା ଆଜି ମଧ୍ୟ ସେହିପରି ସେଠାରେ ଜଳୁଛି | ତେଣୁ ଏହି ସ୍ଥାନର ନାମ “ନନ୍ଦା ଦୀପ“ ଅଟେ |
ଅନ୍ୟାନ୍ୟ ସ୍ଥାନ
ସମାଧୀ ମନ୍ଦିର ପ୍ରାଙ୍ଗଣରେ ବାବାଙ୍କ ସହିତ ସମ୍ବନ୍ଧିତ ବାବାଙ୍କ ପ୍ରମୁଖ ଭକ୍ତ ଯେପରିକି ଶ୍ରୀ ତାତ୍ୟା କୋତେ ପାଟିଲ୍, ବାୟଜା ମାଆ, ଶ୍ରୀ ଭାଉ ମହାରାଜ କୁମ୍ଭାର, ଶ୍ରୀ ଭି. ପଦ୍ମନାଭ ଆୟର୍, ଶ୍ରୀ ନାନାବଳୀ, ହାଜି ଅବ୍ଦୁଲ୍ ବାବା ଆଦିଙ୍କ ସମାଧୀ ରହିଛି | ଏମାନଙ୍କ ବ୍ୟତୀତ ବାବାଙ୍କ ଭକ୍ତ- ମହାଲ୍ସାପତି, ଶ୍ୟାମା, ଲକ୍ଷ୍ମୀବାଈ ସିନ୍ଧେ ଆଦିଙ୍କ ବାସଗୃହ ମଧ୍ୟ ଭକ୍ତଗଣ ଦର୍ଶନ କରିବାପାଇଁ ଯାଇଥାଆନ୍ତି | ନନ୍ଦାଦୀପ ର ସାମ୍ନାରେ ଭଗବାନ ଶ୍ରୀ ଦତ୍ତାତ୍ରୟ ଙ୍କ ଏକ ଛୋଟ ମନ୍ଦିର, ବାବାଙ୍କ ପ୍ରିୟ ଘୋଡା ଶ୍ୟାମକର୍ଣ୍ଣ ର ସମାଧୀ ମଧ୍ୟ ଦର୍ଶନଯୋଗ୍ୟ ଅଟନ୍ତି | ବାବା ବ୍ୟବହାର କରୁଥିବା କୂଅ ଟି ମଧ୍ୟ ଏହି ଲେଣ୍ଡି ବଗିଚାରେ ଅବସ୍ଥିତ ଯାହାକୁ ବାବା “ବାବା କି ସେୱଡି“ ବୋଲି କହୁଥିଲେ |
ଏ ସମସ୍ତ ବ୍ୟତିତ ସମାଧୀ ମନ୍ଦିର ପରିସର ରେ ଶିରିଡି ର ୩ ସର୍ବପୁରାତନ ମନ୍ଦିର ଯଥା-ଶ୍ରୀ ଗଣେଷ, ଶ୍ରୀ ମହାଦେବ, ଶ୍ରୀ ଶନିଦେବ ଙ୍କ ମନ୍ଦିର ରହିଛି | ସମାଧୀ ମନ୍ଦିର ପ୍ରାଙ୍ଗଣ ବାହାରେ, ଚଭାଡୀ ପଛକୁ ଦକ୍ଷିଣମୁଖୀ ହନୁମାନ ମନ୍ଦିର ମଧ୍ୟ ରହିଛି |
ନିକଟବର୍ତ୍ତୀ ସ୍ଥାନ
ଶିରିଡି ଠାରୁ ୫ କି.ମି ଦୂରରେ ସାକୋରୀ ନାମକ ସ୍ଥାନ ରହିଛି ଯାହାକି ଶ୍ରୀ ଉପାସନୀ ମହାରାଜଙ୍କ ତପୋଭୂମି ଅଟେ |ଶ୍ରୀ ଶନିଦେବଙ୍କ ପ୍ରତ୍ୟକ୍ଷ ପୀଠସ୍ଥଳ ସିଗ୍ନାପୁର୍ ଶିରିଡି ଠାରୁ ମାତ୍ର ୭୦ କି.ମି. ଦୂରରେ ଅବସ୍ଥିତ | ଦେବୀ ସପ୍ତଶୃଙ୍ଗୀଙ୍କ ପୀଠ ମଧ୍ୟ ଶିରିଡି ଠାରୁ ୯୦ କି.ମି ଦୂରରେ ସ୍ଥିତ ନାସିକ୍ ନିକଟରେ ଅବସ୍ଥିତ | ଏହା ଏକ ଶକ୍ତିପୀଠ ଅଟେ |
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 


