Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ଶିରିଡି ସଂସ୍ଥାନ ଦ୍ବାରା ଦେଶ ବିଦେଶର କୋଣ ଅନୁକୋଣ ରୁ ଆସୁଥିବା ପ୍ରାୟ ୪୦,୦୦୦ ଭକ୍ତଙ୍କ ସକାଶେ ରହଣିର ସୁବିଧା ଉପଲବ୍ଧ କରାଯାଇଥାଏ | ଭକ୍ତଙ୍କ ଗହଳିକୁ ଆଖି ଆଗରେ ରଖି, ଭକ୍ତଙ୍କ ରହିବା ବ୍ୟବସ୍ଥା କରିବା ପାଇଁ ୨୫ ଏକର ଜମିରେ ଏକ ଅନନ୍ୟ ଭକ୍ତ ନିବାସ ର ନିର୍ମାଣ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଛି ଯେଉଁଥିରେ ୧୫୦୦ଟି ରୁମ୍‌ ଏବଂ ୨୦୦୦ଟି ହଲ୍‌ ତିଆରି ହେଉଛି |ଏଥିରେ ପ୍ରାୟ ୧୫୦୦୦ ଭକ୍ତଙ୍କ ରହିପାରିବେ |

ସଂସ୍ଥାନ ଦ୍ବାରା ପରିଚାଳିତ ବିଶ୍ରାମ ଗୃହ, ଭକ୍ତ ନିବାସ ବ୍ୟତୀତ ଶିରିଡି ରେ ବ୍ୟକ୍ତିଗତ ଲଜ୍‌, ହୋଟେଲ୍‌, ଧର୍ମଶାଳା ଆଦି ମଧ୍ୟ ଉପଲବ୍ଧ ଯେଉଁଥିରେ କି ବିଭିନ୍ନ ବର୍ଗ/ଶ୍ରେଣୀର ଭକ୍ତଙ୍କ ସୁବିଧା ଅନୁସାରେ, ବିଭିନ୍ନ ମୂଲ୍ୟର ରୁମ୍‌ ରହିଛି | ସାଧାରଣ ଦିନମାନଙ୍କରେ ଏହି ସବୁ ହୋଟେଲ୍‌ ମନଙ୍କରେ ରହିବା ପାଇଁ ରୁମ୍‌ ସହଜରେ ମିଳିଯାଇଥାଏ କିନ୍ତୁ ବିଶେଷ ପର୍ବପର୍ବାଣୀ ମାନଙ୍କରେ ଏଥିରେ ଅସୁବିଧା ହୋଇଥାଏ, ତେଣୁ ଏହି ସବୁ ଦିନ ମାନଙ୍କରେ ଯଦି ଆପଣ ଶିରିଡି ଯାଆନ୍ତି ତ ପ୍ରାୟ ମାସେ କି ଦୁଇ ମାସ ଆଗରୁ ରୁମ୍‌ ଆରକ୍ଷଣ କରିନେବା ଉଚିତ୍‌ |

ଖାଦ୍ୟ-ପାନୀୟ ର ବ୍ୟବସ୍ଥା

ସନ୍‌ ୧୯୮୦ରେ ମହାରାଷ୍ଟ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ଶଙ୍କର ରାଓ ଚୌହାଣ ଶ୍ରୀ ଶିରିଡି ସାଇ ବାବା ସଂସ୍ଥାନ ଦ୍ବାରା ନିର୍ମିତ ସାଇ ପ୍ରସାଦାଳୟ-୧ ର ଉଦ୍‌ଘାଟନ କରିଥିଲେ |ସେହି ସମାନ ଶୈଳୀରେ ଦିନାଙ୍କ ୮/୧/୨୦୦୯ ରେ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତି ପ୍ରତିଭା ଦେବୀ ସିଂହ ପାଟିଲ ରିମୋଟ ଦ୍ବାରା ବଟନ୍‌ ଟିପି ଶିରିଡିରେ ନୂତନ ପ୍ରସାଦାଳୟର ଉଦ୍‌ଘାଟନ କରିଥିଲେ |ପ୍ରାୟ ୭ ଏକର ଜମି ପରିମିତ ଏହି ଅତ୍ୟାଧୁନିକ ଭୋଜନାଳୟଟିରେ ସୌରଶକ୍ତି ଚାଳିତ ଚୂଲା ରହିଛି | ଏହି ୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ପ୍ରସାଦାଳୟଟିରେ ଏକା ସଙ୍ଗେ ୫୦୦୦ ଭକ୍ତ ଙ୍କୁ ଖାଦ୍ୟ ପରଶିବା ପାଇଁ ପ୍ରାୟ ୫୦୦ ସେବକ ପ୍ରତ୍ୟହ ସକାଳ ୭ଟାରୁ ରାତ୍ର ୧୦ଟା ଯାଏଁ କାମରେ ଲାଗିଥାଆନ୍ତି |ଏଠାରେ ଭକ୍ତମାନଙ୍କୁ ଅତି ସାମାନ୍ୟ ମୂଲ୍ୟ (୧୦ ଟଙ୍କା) ରେ ବାବାଙ୍କ ପ୍ରସାଦ ପରଶି ଦିଆଯାଇଥାଏ|

ଏହି ପ୍ରସାଦାଳୟ ପାଇଁ ପ୍ରାୟ ଟ ୩୬,୯୫,୧୨୮ଙ୍କାର ବିଭିନ୍ନ ଯନ୍ତ୍ରାଂଶ (ମେଶିନ୍‌) ବିଦେଶରୁ ଆମଦାନି ହୋଇଥିଲା ଯେଉଁଥି ପାଇଁ ସୀମା ଶୁଳ୍କ ଏବଂ ସ୍ଥାପନା ବାବାଦରେ ପ୍ରାୟ ଟ୫,୫୦,୦୦ଙ୍କା ବ୍ୟୟ ହୋଇଥିଲା | ଏହା ବ୍ୟତୀତ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଟ ୬୨,୫୯,୦୫୬ଙ୍କାର ଯନ୍ତ୍ରାଂଶ ସ୍ଥାପନା କରାଯାଇଛି |

ପ୍ରସାଦ ପ୍ରସ୍ତୁତି ପାଇଁ ପନିପରିବା,ଡାଲି, ଗହମ, ଅଟା, ତେଲ ପ୍ରଭୃତି ଆବଶ୍ୟକୀୟ ସାମଗ୍ରୀ ସବୁ ରାହାତା, କୋପର୍‌ଗାଓଁ, ନାସିକ୍‌, ପୁନେ ପ୍ରଭୃତି ସ୍ଥାନମାନଙ୍କରୁ ତଥା ଦେଶର ଅନ୍ୟ ସ୍ଥାନମାନଙ୍କରୁ ଟ୍ୟାଙ୍କର୍‌ ସାହାଯ୍ୟରେ ଶିରିଡି କୁ ଅଣାଯାଇଥାଏ | ସାଧାରଣ ମାନଙ୍କରେ ପ୍ରତ୍ୟହ ଏହି ଭୌଜନାଳୟରେ ପ୍ରାୟ ୪୦,୦୦୦ ରୁ ୫୦,୦୦୦ ଭକ୍ତ ପ୍ରସାଦ ଗ୍ରହଣ କରିଥିବା ବେଳେ ବିଶେଷ ଦିନ/ପର୍ବପର୍ବାଣୀ ମନଙ୍କରେ ଏହି ସଂଖ୍ୟା ୧ ଲକ୍ଷ ରୁ ଉର୍ଦ୍ଧ୍ବ ହୋଇଯାଇଥାଏ |

ପନିପରିବା ଗୁଡିକୁ ମେଶିନ୍‌ ମାଧ୍ୟମରେ ସଫା, ସୁତୁରା ତଥା କଟାକଟି କରାଯାଇଥାଏ | ବାସନକୁସନ ସବୁ ମଧ୍ୟ ମେଶିନ୍ ସାହାଯ୍ୟରେ ହୋଇଥାଏ | ଖାଦ୍ୟ ପଦାର୍ଥ ସବୁ ସୌର ଚୂଲା ମାଧ୍ୟମରେ କରାଯାଇଥାଏ | ଏହି ଚୂଲା ରେ ୧ ହଜାର ଲୋକଙ୍କ ଖାଦ୍ୟ ମାତ୍ର୍ ୨୫ ମିନିଟରେ  ପ୍ରସ୍ତୁତ ହୋଇପାରେ | ଏହି ସମସ୍ତ କାରଣ ଯୋଗୁଁ ଏହି ଭୋଜନାଳୟକୁ ଭାରତ ସରକାରଙ୍କ ଖାଦ୍ୟ ଏବଂ ଔଷଧ ନିଗମ ତରଫରୁ ପ୍ରଶଂସାପତ୍ର ମିଳିଅଛି |

Site in Other Languages


English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ