Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ପ୍ରାଚୀନ କାଳରୁ ଓଡିଶା ରାଜ୍ୟ ଧର୍ମ,ଆଧ୍ୟାତ୍ମିକତା ଏବଂ ସାଂସ୍କୃତିକ ସଂପଦରେ ଭରା ତେଣୁ ପ୍ରତ୍ୟେକ ଓଡିଶାବାସୀ ଜନ୍ମତଃ ଆଧ୍ୟାତ୍ମିକ ଅଟନ୍ତି |

ପୂଜନୀୟ ଗୁରୁଜୀ ଶ୍ରୀଯୁକ୍ତ ଚନ୍ଦ୍ରଭାନୁ ଶତପଥୀ ଓଡିଶାବାସୀଙ୍କ ଆଧ୍ୟାତ୍ମିକ ଚେତନାକୁ ସର୍ବୋଚ୍ଚ ଶିଖରରେ ପହଞ୍ଚାଇବା ପାଇଁ  ସଦ୍‌ଗୁର୍ ଶ୍ରୀ ସାଇବାବାଙ୍କ ବାର୍ତ୍ତା ପହଞ୍ଚାଇବାର ପ୍ରୟାସ କରିଛନ୍ତି | କାରଣ ଚେତନାର ବିକାଶରେ ସଦ୍‌ଗୁରୁଙ୍କ କୃପାଛାୟାରେ ରହି ଶ୍ରଦ୍ଧା ଓ ସବୁରୀ ଯୁକ୍ତ ମାନବିକତା ର ଧର୍ମରେ ହିଁ ସମ୍ଭବପର ହୋଇଥାଏ |

ଶ୍ରଦ୍ଧେୟ ଗୁରୁଜୀଙ୍କ ଏହି ପ୍ରୟାସ ପାଇଁ ଶିରିଡି ସାଇଙ୍କ ମାନବିକତା ର ବାର୍ତ୍ତା ଯାହା କି ଶୁଦ୍ଧ ଆଚରଣ, ସହିଷ୍ଣୁତା, ପ୍ରେମ,ଶ୍ରଦ୍ଧା ଏବଂ ସବୁରୀରେ ନିହିତ, ଆଜି ଓଡିଶାର ଜନମାନସ ପାଖରେ ପହଞ୍ଚିପାରୁଛି | ଓଡିଶାର ପ୍ରାୟ ପ୍ରତ୍ୟେକ ଛୋଟ ବଡ ସହରରେ ଆଜି ଶ୍ରୀ ଶିରିଡି ବାବାଙ୍କ ମନ୍ଦିର ମାନ ନିର୍ମିତ ହୋଇସାରିଛି ଏବଂ କିଛି ନିର୍ମାଣଧୀନ ରହିଛି, ଯାହାକି ବାବାଙ୍କ ଶ୍ରଦ୍ଧା ଓ ସବୁରୀର ବାର୍ତ୍ତାକୁ ପ୍ରଚାର କରି ଆସୁଛି |

ବାରିପଦା,ଭୁବନେଶ୍ବର, ଭଞ୍ଜନଗର, ବ୍ରହ୍ମପୁର,କଟକ, ଜଟଣି, ବାଲେଶ୍ବର, ସମ୍ବଲପୁର ପ୍ରଭୃତି ସ୍ଥାନ ମାନଙ୍କରେ ବାବାଙ୍କ ମନ୍ଦିର ନିର୍ମିତ ହୋଇଛି | ପୂଜ୍ୟ ଗୁରୁଜୀଙ୍କ ପ୍ରେରଣାରେ ସାଇ ଛାୟା, ସାଇ ବାଣୀ, ନୂଆ ଜୀବନର ସନ୍ଧାନ-ସାଇ ନିର୍ମାଲ୍ୟ, ସାଇ କରୁଣା ଆଦି ପ୍ରକାଶିତ ହେଉଅଛି ଯେଉଁଗୁଡିକ ଓଡିଆ ଭାଷାଭାଷୀ ଲୋକଙ୍କୁ ସେମାନଙ୍କ ନିଜ ଭାଷାରେ ବାବାଙ୍କ ସଂପର୍କୀୟ ସମସ୍ଥ ତଥ୍ୟ ଯୋଗାଇ ଦେଉଛି ତଥା ବାବାଙ୍କ ସାଥେ ହୋଇଥିବା ସେମାନଙ୍କ ନିଜର ଅନୁଭୂତିକୁ ଅନ୍ୟ ମାନଙ୍କ ସାଥେ ଆଦାନ-ପ୍ରଦାନ କରିବାରେ ମୁଖ୍ୟ ମାଧ୍ୟମ ସାଜିଛି |ଏହି ସବୁ ପତ୍ରିକାମାନ କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ନୁହଁ ବରଂ ସାହିତ୍ୟ କ୍ଷେତ୍ରରେ ମଧ୍ୟ ଓଡିଆ ଆଧ୍ୟାତ୍ମିକ ସାହିତ୍ୟକୁ ସମୃଦ୍ଧ କରୁଛନ୍ତି | ଶ୍ରୀ ଗୁରୁଜୀଙ୍କ ରଚିତ ୧୬୦୦୦ ଧାଡି ବିଶିଷ୍ଟ ମହାକାବ୍ୟ ଶ୍ରୀ ଗୁରୁ ଭାଗବତ ଓଡିଆ ଭାଷାର ଏକ ଅମୂଲ୍ୟ ସଂପଦ ଅଟେ | ଏହି ମହାକାବ୍ୟଟି ନବାକ୍ଷରୀ ଛନ୍ଦରେ ରଚିତ ତଥା ୧୪/୧୫ଶ ଶତାବ୍ଦୀରେ ରଚିତ ଜଗନ୍ନାଥ ଦାଶକୃତ ଭାଗବତ ତୂଲ୍ୟ ମୂଲ୍ୟବାନ୍‌ ଅଟେ | ଏହି  କାବ୍ୟଟିରେ ଗୁରୁ ଭକ୍ତି ସଂପର୍କୀତ ବିଭିନ୍ନ ପ୍ରସଙ୍ଗ ଅତି ସରଳ ଭାଷାରେ ରଚିତ ହୋଇଛି |ପୂଜ୍ୟ ଗୁରୁଜୀଙ୍କ ରଚିତ ସୃଷ୍ଟି ତତ୍ତ୍ବ ଉପରେ ଆଧାରିତ ଅନ୍ୟ ଏକ ମହାକାବ୍ୟ ଗୋପ୍ୟ ରୁ ଅଗୋପ୍ୟ ଆଧ୍ୟାତ୍ମିକ ଅନୁସନ୍ଧିତ୍ସୁ ମାନଙ୍କୁ ମାର୍ଗ ଦର୍ଶନ କରିଥାଏ |

ଶିରିଡି ସାଇଙ୍କ ଏହି ସବୁ ମନ୍ଦିରମାନ କେବଳ ଆଧ୍ୟାତ୍ମିକ କ୍ଷେତ୍ରରେ ନୁହଁ ବରଂ ସାମାଜିକ କ୍ଷେତ୍ରରେ  ମଧ୍ୟ ବାବାଙ୍କ ବିଶ୍ବ ଭ୍ରାତୃତ୍ବର ବାର୍ତ୍ତାକୁ ଜନ ସମାଜ ନିକଟରେ ପହଞ୍ଚାଇବାରେ ସହାୟକ ହେଉଛନ୍ତି |ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ସମୟରେ ହେଉଥିବା ଭକ୍ତଙ୍କ ଭିଡ ସାମାଜିକ ବନ୍ଧନର ଉର୍ଦ୍ଧ୍ବରେ ରହି ଏକତାର ବାର୍ତ୍ତା ପ୍ରଚାର କରୁଅଛି | ସେହିପରି ପ୍ରସାଦ ବିତରଣ ସମୟରେ ଧାଡିରେ ଛିଡା ହୋଇ ଏକତାବଦ୍ଧ ଭାବେ ପ୍ରସାଦ ଗ୍ରହଣ କରିବା ଦ୍ବାରା ଆତ୍ମୀୟତା ବୃଦ୍ଧି ପାଉଛି | ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିପନ୍ନଙ୍କୁ ସହାୟତା ପ୍ରଦାନ ତଥା ବିଭିନ୍ନ ସମୟରେ ମାଗଣା ରକ୍ତଦାନ ଶିବିର,ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆଦି ମାଧ୍ୟମରେ ବିଭିନ୍ନ ଶିରିଡି ସାଇ ମନ୍ଦିର, ବାବାଙ୍କ ମାନବିକତା ର ବାର୍ତ୍ତାକୁ ପ୍ରଚାର କରୁଛନ୍ତି |

ଆଜି ଲକ୍ଷ ଲକ୍ଷ ଓଡିଶାବାସୀ ବାବାଙ୍କ ମନ୍ଦିରକୁ ଯାଇ, ତାଙ୍କ ଦର୍ଶନ ପାଇ, ଧନ୍ୟ ହେଉଛନ୍ତି ତଥା ଆଧ୍ୟାତ୍ମିକ ମାର୍ଗରେ ପ୍ରଗତି ହାସଲ କରୁଛନ୍ତି ସାଇଙ୍କୁ ସାଥୀ କରି…..

|| ଜୟ ଶ୍ରୀ ସାଇ || ଜୟ ଶ୍ରୀ ଗୁରୁଦେବ ||

Site in Other Languages


English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ