ରାଷ୍ଟ୍ରୀୟ ସାଇ ପ୍ରଚାର-ପ୍ରସାର |
ପୂଜ୍ୟ ଗୁରୁଜୀ ୧୯୮୯ ମସିହାରେ ଶ୍ରୀ ଶିରିଡି ସାଇବାବାଙ୍କ ଆଡେ ଆକର୍ଷିତ ହେଲେ ଏବଂ ସେହି ଦିନଠାରୁ ସେ ବିଶ୍ବରେ ସାଇ ଆନ୍ଦୋଳନର ନେତୃତ୍ବ ନେଇ ଆସୁଛନ୍ତି | ଶ୍ରୀ ଗୁରୁଜୀଙ୍କ ପ୍ରେରଣା ଏବଂ ମାର୍ଗ ଦର୍ଶନରେ ଦେଶ ବିଦେଶରେ ପ୍ରାୟ ୨୧୮ଗୋଟି ଶିରିଡି ସାଇ ମନ୍ଦିର ମାନ ନିର୍ମିତ ହୋଇସାରିଲାଣି ଯେଉଁମାନଙ୍କ ଦ୍ବାରା ବାବାଙ୍କ ବାର୍ତ୍ତା-ଶ୍ରଦ୍ଧା ଓ ସବୁରୀ କୁ ଘରେ ଘରେ ପହଞ୍ଚାଉଅଛନ୍ତି |
ଶ୍ରୀ ଗୁରୁଜୀଙ୍କ ନେତୃତ୍ବରେ ଆଜି ଦେଶର ବିଭିନ୍ନ ଛୋଟ ବଡ ସହର ଯେପରି ଦିଲ୍ଲୀ,ନୋଏଡା,ମୋରାଦାବାଦ୍,ତିରୁପତି,ଅମ୍ବାଲା, ମୁମ୍ବାଇ, ଆସାମ, ଆଣ୍ଡାମାନ୍, କୋଲକାତା, ଜମ୍ମୁ, ଦହେଜ୍ ଆଦି ଠାରେ ଶିରିଡି ବାବାଙ୍କ ମନ୍ଦିର ନିର୍ମିତ ହୋଇସାରିଛି ଯାହା ଦ୍ବାରା ଭାରତରେ ଶିରିଡି ସାଇଙ୍କ ଦର୍ଶନ ଏବଂ ବାଣୀ ପ୍ରସାରିତ ହେଉଅଛି |ବିଭିନ୍ନ ସମୟ ଯେପରିକି ପର୍ବ ପର୍ବାଣୀ,ପ୍ରାକୃତିକ ବିପର୍ଯ୍ୟୟ ଆଦି ରେ ଲୋକଙ୍କୁ ମାଗଣା ଭୋଜନ, ମାଗଣା ଔଷଧ, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଆଦି ମାନ ଉପଲବ୍ଧ କରାଇ ବାବାଙ୍କ ମୂଖ୍ୟ ବାର୍ତ୍ତା-ମାନବ ସେବା ହିଁ ମାଧବ ସେବା କୁ ସିଦ୍ଧ କରୁଛନ୍ତି |
ଶ୍ରୀ ଗୁରୁଜୀ ବିଶ୍ବ ସାଇ ଆନ୍ଦୋଳନକୁ ଏକ ମହତ୍ ଶକ୍ତିର ଉତ୍ସରେ ପରିଣତ କରି, ପ୍ରତ୍ୟେକ ସାଇ ଭକ୍ତଙ୍କୁ ନିଜ ଦୈନନ୍ଦିନ ଜୀବନରେ ବାବା ଦେଖେଇଥିବା ଶୁଦ୍ଧ ଆଚରଣର ମାର୍ଗରେ ଚାଲିବାକୁ ଶକ୍ତି ପ୍ରଦାନ କରିଥାନ୍ତି | ଗୁରୁଜୀ ସମସ୍ତ ଭକ୍ତଙ୍କୁ ନିୟମିତ ଶ୍ରୀ ସାଇ ସତ୍ଚରିତ୍ର ର ପାଠ କରିବାର ପ୍ରେରଣା/ଉପଦେଶ ଦେଇଥାନ୍ତି ଯାହାଦ୍ବାରା କି ସେମାନଙ୍କ ମନରେ ଥିବା ସମସ୍ତ ଦ୍ବନ୍ଦ୍ବ ର ସମାଧାନ ହୋଇ ପାରିବ ଏବଂ ସେମାନେ ବାବାଙ୍କ ଆଦର୍ଶକୁ ପାଥେୟ କରି ଜୀବନରେ ପ୍ରଗତି କରିପାରିବେ |
ଅର୍ଦ୍ଧକୁମ୍ଭ ଏବଂ ପୁର୍ଣ୍ଣକୁମ୍ଭ ମେଳା ସମୟରେ ଶ୍ରଦ୍ଧେୟ ଗୁରୁଜୀଙ୍କ ପ୍ରେରଣା ରେ ଶ୍ରୀ ଶିରିଡି ସାଇ ବାବାଙ୍କ ଶିବିର ମାନ ଆୟୋଜିତ ହୋଇଥାଏ ଯଦ୍ଦ୍ବାରା କୁମ୍ଭ ମେଳାକୁ ଦେଶ ବିଦେଶରୁ ଆସୁଥିବା ଅସଂଖ୍ୟ ଶ୍ରଦ୍ଧାଳୁ, ଯେଉଁମାନଙ୍କ ମଧ୍ୟରେ ବହୁତ ସାଇ ବିଶ୍ବାସୀ ମଧ୍ୟ ଥାଆନ୍ତି, ତାଙ୍କୁ ବାବାଙ୍କ ବିଷୟରେ ଜ୍ଞାନ ମିଳିପାରିବ ତଥା ବାବାଙ୍କ ସାନ୍ନିଧ୍ୟରେ କୁମ୍ଭରେ ସେମାନେ ସମୟର ଉପଯୋଗ ନିଜର ଆଧ୍ୟାତ୍ମିକ ପ୍ରଗତି ପାଇଁ କରିପାରିବେ | ଗୁରୁଜୀଙ୍କ ଦ୍ବାରା ପ୍ରେରିତ ଏହି ଶିବିର ମାନଙ୍କରେ ହଜାର ହଜାର ଶ୍ରଦ୍ଧାଳୁ ଶିରିଡି ସାଇଙ୍କ ସହିତ ପରିଚିତ ହେଉଥାନ୍ତି ତଥା ଶିବିରରେ ହେଉଥିବା ହେଉଥିବା ଭଜନ,କୀର୍ତ୍ତନ,ପ୍ରବଚନ ରେ ଆନଦିତ ହୋଇ, ଶିରିଡି ସାଇଙ୍କ ଶ୍ରଦ୍ଧା,ସବୁରୀ ର ବାର୍ତ୍ତାରେ ଆଶ୍ରା ପାଇଥାଆନ୍ତି|
ଶ୍ରୀ ଗୁରୁଜୀ ଶିରିଡି ସାଇ ଙ୍କ ମାନବିକତା, ଶୁଦ୍ଧ ଆଚରଣ, ପ୍ରେମ, ଶ୍ରଦ୍ଧା, ସବୁରୀ ର ବାର୍ତ୍ତାକୁ ଦେଶର କୋଣ କୋଣରେ ପହଞ୍ଚାଇ, ବାବାଙ୍କ ଦ୍ବାରା ପ୍ରବର୍ତ୍ତିତ “ବସୁଧୈବ କୁଟୁମ୍ବକମ୍” ର ମାର୍ଗ କୁ ସାକାର କରି, ଆଧ୍ୟାତ୍ମିକ ଉତ୍ଥାନର ମାର୍ଗକୁ ପ୍ରଶସ୍ତ କରୁଛନ୍ତି |ଏହି ଦିଗରେ ଶ୍ରି ଗୁରୁଜୀଙ୍କ ପ୍ରେରଣା ପାଇ ଶିରିଡି ବାବାଙ୍କ ବାଣୀର ପ୍ରସାର ହେତୁ ବିଭିନ୍ନ ଭାଷା ଯେପରିକି ହିନ୍ଦୀ, ଓଡିଆ, ଗୁଜରାଟୀ, ଆସାମୀ, ମରାଠୀ, ତେଲୁଗୁ ଆଦିରେ ବିଭିନ୍ନ ଆଧ୍ୟାତ୍ମିକ ପତ୍ରିକା ମାନ ପ୍ରକାଶିତ ହେଉଅଛି| ଅନେକ ୱେବ୍ସାଇଟ୍ ଆଜି ଗୁରୁଜୀଙ୍କ ପ୍ରେରଣାରେ ବାବାଙ୍କ ଆଦର୍ଶ ଏବଂ ବାଣୀକୁ ପ୍ରଚାର କରୁଛନ୍ତି|
|| ଜୟ ଶ୍ରୀ ସାଇ || ଜୟ ଶ୍ରୀ ଗୁରୁଦେବ ||
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 


