Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ଶ୍ରୀ ଶିରିଡି ସାଇବାବା ସମସ୍ତଙ୍କୁ ନିଜର ପ୍ରତିବିମ୍ବ ମାନୁଥିଲେ | ସୃଷ୍ଟିର ପ୍ରତ୍ୟେକ ତତ୍ତ୍ବ ସାଇଙ୍କ ଚରଣଆଡେ ଆକୃଷ୍ଟ ଏବଂ ସେ ସମସ୍ତଙ୍କ ଆଶ୍ରୟଦାତା ଅଟନ୍ତି |

ଶ୍ରୀ ଗୁରୁଜୀଙ୍କ ନେତୃତ୍ବରେ ବିଦେଶରେ ଅନେକ ଦେଶରେ ଶିରିଡି ବାବାଙ୍କ ମନ୍ଦିରମାନ ନିର୍ମିତ ହୋଇସାରିଲାଣି | କେବଳ ଯୁକ୍ତରାଷ୍ଟ୍ର୍ ଆମେରିକାରେ  ବାବାଙ୍କ ୧୭ଗୋଟି ମନ୍ଦିର ପୁଜ୍ୟ ଗୁରୁଜୀଙ୍କ ଦ୍ବାରା ସ୍ଥାପିତ ହୋଇଛି |ଏହି ସବୁ ମନ୍ଦିରମାନ ବିଦେଶରେ ବାବାଙ୍କ ବାଣୀ ପ୍ରଚାରର ମୁଖ୍ୟ କେନ୍ଦ୍ରବିନ୍ଦୁ ପାଲଟିଛନ୍ତି |

ଏହି ନିକଟ ଅତୀତରେ ହିଁ, ୨୦୦୯ ମସିହାରେ ଚିକାଗୋ ସହରରେ ଅନ୍ତର୍ରାଷ୍ଟ୍ରୀୟ ସାଇଭକ୍ତ ସମ୍ମେଳନ ର ଆୟୋଜନ କରାଯାଇଥିଲା, ଯାହାକୁ କି ସ୍ବୟଂ ପୂଜ୍ୟ ଗୁରୁଜୀ ସମ୍ବୋଧିତ କରିଥିଲେ | ସେ କହିଥିଲେ କି ଆଗତ ଭବିଷ୍ୟତରେ ବିଶ୍ବରେ ସାଇ ଆନ୍ଦୋଳନ ଏକ ବୃହତ୍‌ ରୂପ ନେବ |

ଆସନ୍ତୁ, ବିଦେଶରେ ଥିବା ଅସଂଖ୍ୟ ସାଇ ଭକ୍ତଙ୍କୁ ଏକ ସୂତ୍ରରେ ବାନ୍ଧି ସାଇ ଚେତନାର ପ୍ରଚାର ହେତୁ ଗୁରୁଜୀଙ୍କ ନେତୃତ୍ବରେ ଚାଲିଥିବା ବିଶ୍ବ ସାଇ ଆନ୍ଦୋଳନର ଏକ ଝ୍‌ଲକ ଦେଖିବା–

କ୍ୟୁବା-ଏଠାରେ ଶ୍ରୀ ଶିରିଡି ସାଇବାବାଙ୍କ ଏକ ଛୋଟ ମନ୍ଦିର ନିର୍ମିତ ହୋଇଛି, ଯେଉଁଠାରେ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ପୂଜା, ଆରତୀ, କୀର୍ତ୍ତନ ଆଦି କରି ସାଇ ଭକ୍ତିର ଆନନ୍ଦ ଉଠାଇଥାନ୍ତି | ଏହି ମନ୍ଦିରର ପ୍ରେରଣାରେ ଏକ ସାଇଭକ୍ତ ସମୁଦାୟ ଗଠିତ ହୋଇସାରିଛି, ଯିଏ ବାବାଙ୍କ ଶିକ୍ଷା- ଶ୍ରଦ୍ଧା ଏବଂ ସବୁରୀକୁ ଦୂର ଦୂରାନ୍ତରରେ ପ୍ରଚାର କରି ଚାଲିଛି |

ଯୁକ୍ତରାଷ୍ଟ୍ର ଆମେରିକା-ଶ୍ରୀ ଗୁରୁଜୀଙ୍କ ପ୍ରେରଣାରେ ଯୁକ୍ତରାଷ୍ଟ୍ର ଆମେରିକାର ଅନେକ ସହରରେ ଶ୍ରୀ ଶିରିଡି ସାଇ ବାବାଙ୍କ ମନ୍ଦିର ର ପ୍ରାଣ ପ୍ରତିଷ୍ଠା କରାଯାଇଛି | ଯେପରିକି ଆଟ୍‌ଲାଣ୍ଟା,ଚିକାଗୋ, ଟେକ୍ସାସ୍‌, କାନାଡା, ମିନ୍ନେସୋଟା  ପ୍ରଭୃତି | ଏହି ସମସ୍ତ ମନ୍ଦିରମାନ ଶିରିଡି ସାଇଙ୍କ ବାଣୀର ପ୍ରଚାର କରିବା ସହିତ ବିଭିନ୍ନ ଦାତବ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରିଥାନ୍ତି |ସନ୍‌ ୨୦୦୨ରେ ଚିକାଗୋ ରେ ସାଇ ଉତ୍ସବର ଆୟୋଜନ କରାଯାଇଥିଲା, ଯେଉଁଠାରେ ଉପସ୍ଥିତ ବିଶାଳ ଜନସମୁଦାୟ କୁ ପୂଜ୍ୟ ଗୁରୁଜୀ ସମ୍ବୋଧିତ କରିଥିଲେ |ନିକଟ ଅତୀତରେ ସନ୍‌ ୨୦୦୯ ମସିହାରେ ଚିକାଗୋଠାରେ ଅନ୍ତର୍ରାଷ୍ଟ୍ରୀୟ ସାଇଭକ୍ତ ସମ୍ମେଳନ ର ଆୟୋଜନ କରାଯାଇଥିଲା, ଯାହାକୁ କି ସ୍ବୟଂ ପୂଜ୍ୟ ଗୁରୁଜୀ ସମ୍ବୋଧିତ କରିଥିଲେ |

ବ୍ରିଟେନ୍‌-କେଣ୍ଟ(ଲଣ୍ଡନ୍‌) ଠାରେ ପୂଜ୍ୟ ଗୁରୁଜୀ ନିଜ କରକମଳରେ ଶ୍ରୀ ଶିରିଡି ସାଇବାବାଙ୍କ ମନ୍ଦିରର ପ୍ରାଣପ୍ରତିଷ୍ଠା କରିଥିଲେ, ଯେଉଁଥିରେ କି ଅସଂଖ୍ୟ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ବାବାଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ ତଥା ଅନ୍ୟ କାର୍ଯ୍ୟକ୍ରମ ର ଆନନ୍ଦ ଉଠେଇଥିଲେ|

ଅଷ୍ଟ୍ରେଲିଆ-ସିଡ୍‌ନୀ ଠାରେ ଶ୍ରଦ୍ଧେୟ ଗୁରୁଜୀଙ୍କ ପ୍ରେରଣାରେ ଶ୍ରୀ ବାବାଙ୍କ ଏକ ମନ୍ଦିର ନିର୍ମିତ ହୋଇଛି | ସନ୍‌ ୨୦୦୧ରେ ଏଠାରେ ଆୟୋଜିତ ସାଇ ଉତ୍ସବ ରେ ଅଂଶଗ୍ରହଣ କରି ଅସଂଖ୍ୟ ଭକ୍ତ ବାବାଙ୍କ ଆଶୀର୍ବାଦ ଲାଭ କରିଲେ | ଏହି କାର୍ଯ୍ୟକ୍ରମକୁ ପୂଜ୍ୟ ଗୁରୁଜୀ ଉଦ୍‌ଘାଟନ ତଥା ସମ୍ବୋଧନ କରିଥିଲେ |

ଦକ୍ଷିଣ ଆଫ୍ରିକା- ଜୋହାନ୍ସବର୍ଗ ଠାରେ ପୂଜ୍ୟ ଗୁରୁଜୀ ରେଡିଓ ରେ ଏକ ସାକ୍ଷାତକାର ରେ ଭାଗ ନେଇ ସେଠାକାର ଅଧିବାସୀଙ୍କୁ ସମ୍ବୋଧିତ କରିଥିଲେ |

କାନାଡା-ସନ୍ ୨୦୦୩ ରେ ଶ୍ରଦ୍ଧେୟ ଗୁରୁଜୀ ଶ୍ରୀ ଶତପଥୀଜୀଙ୍କ ପ୍ରେରଣାରେ ଶ୍ରୀ ଶିରିଡି ସାଇବାବା ସଂସ୍ଥାନ, କାନାଡା ଏକ ଲାଭବିହୀନ ସଂସ୍ଥାଭାବେ ପଞ୍ଜିକୃତ ହେଲା | ନିଜର ୨ ଦିନିଆ ଗସ୍ତ ସମୟରେ ୨୦୦୪ ମସିହାରେ ପୂଜ୍ୟ ଗୁରୁଜୀ ମର୍ଖମ୍‌ ଠାରେ ଥିବା ସାଇ ଦ୍ବାରକାମାୟୀ ମନ୍ଦିରରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସମ୍ବୋଧିତ କରିଥିଲେ | ମଣ୍ଟ୍ରିଲ୍‌ଠାରେ ମଧ୍ୟ ଏକ ଶ୍ରୀ ସାଇବାବା ଆଧ୍ୟାତ୍ମିକ ଏବଂ ଦାତବ୍ୟ ଅନୁଷ୍ଠାନ, ଶ୍ରୀ ଗୁରୁଜୀଙ୍କ ପ୍ରେରଣାରେ ବାବାଙ୍କ ବାର୍ତ୍ତା ପ୍ରଚାର କରୁଅଛି |

ଏ ସ୍ଅବୁ ବ୍ୟତୀତ ମଧ୍ୟ ଇଣ୍ଟର୍‌ନେଟ୍‌ରେ ବିଭିନ୍ନ ରେଡିଓ ଚ୍ୟାନେଲ୍‌, ୱେବ୍‌ସାଇଟ୍ ମାଧ୍ୟମରେ ପୂଜ୍ୟ ଗୁରୁଜୀ ବାବାଙ୍କ ବିଭିନ୍ନ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ମଧ୍ୟ କରାଉଅଛନ୍ତି | ଇଂରାଜୀ ଭାଷାରେ ଶ୍ରୀ ଗୁରୁଜୀଙ୍କ ନେତୃତ୍ବରେ ହେରିଟେଜ୍‌ ଅଫ୍‌ ଶିରିଡି ସାଇ ନାମକ ଏକ ତ୍ରୈମାସିକ ପତ୍ରିକା ପ୍ରକାଶ ପାଇଥାଏ ଯାହାକି ସମଗ୍ର ବିଶ୍ବରେ ବିତରିତ ହୋଇଥାଏ |

ଶ୍ରୀ ଶିରିଡି ସାଇବାବା କଳ୍ପବୂକ୍ଷ ସଦୃଶ ସମସ୍ତଙ୍କୁ ଆଶ୍ରୟ ଦେଇଥାନ୍ତି |ଆଜି ବିଦେଶରେ ପୂଜ୍ୟ ଗୁରୁଜୀଙ୍କ ପ୍ରେରଣାରେ ଗଢି ଉଠିଥିବା ବିଭିନ୍ନ ସାଇ ମନ୍ଦିର ମାନଙ୍କ ଦ୍ବାରା ବାବାଙ୍କ ବାର୍ତ୍ତାର ପ୍ରଚାର-ପ୍ରସାର ହେଉଛି | ଫଳତଃ ବାବାଙ୍କ ଆଡକୁ ଆଜି କୋଟି କୋଟି ସଂଖ୍ୟାରେ ଭକ୍ତ ଆକର୍ଷିତ ହୋଇ ଶିରିଡି ଆସୁଛନ୍ତି ଯାହାକି ବାବାଙ୍କ ଏକ ବାଣୀ,ମୋ ଭକ୍ତକୁ ମୁଁ ସାତ ସମୁଦ୍ର ସେ ପାରିରୁ ମଧ୍ୟ ଟାଣି ଆଣିଥାଏ କୁ ସତ୍ୟ ପ୍ରମାଣିତ କରୁଅଛି |

|| ଜୟ ଶ୍ରୀ ସାଇ || ଜୟ ଶ୍ରୀ ଗୁରୁଦେବ  ||

Site in Other Languages


English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ