ବାବାଙ୍କ ମାର୍ଗ |
ଆପଣଙ୍କର ଶ୍ରୀମଦ୍ ଭଗ୍ବତ୍ ଗୀତାର ଏହି ଶ୍ଲୋକ ମନେଥିବ ଯାହାକି ମହାଭାରତ ଯୁଦ୍ଧ ସ୍ଥଳରେ ଭଗବାନ୍ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ କହିଛନ୍ତି-
|| ଯଦା ଯଦା ହି ଧର୍ମସ୍ୟ ଗ୍ଳାନିର୍ଭବତି ଭାରତ,ଅଭ୍ୟୁତ୍ଠାନମ୍ ଅଧର୍ମସ୍ୟ ତଦାତ୍ମାନମ୍ ସୃଜାମ୍ୟହମ୍ ||
ଅର୍ଥାତ୍ ଯେତେବେଳେ ଏହି ପୃଥିବୀରେ ଧର୍ମର ବିଲୟ ଏବଂ ଅଧର୍ମର ଉତ୍ଥାନ ହୋଇଥାଏ, ସେତେବେଳେ ଧର୍ମର ପୁନର୍ପତିଷ୍ଠା ନିମିତ୍ତ ଭଗବାନ ଆବିର୍ଭୂତ ହୋଇଥାନ୍ତି ଓ ଧର୍ମ ର ଅଧର୍ମ ଉପରେ ବିଜୟ ହୋଇଥାଏ | ଅନ୍ୟ ଅର୍ଥରେ ପାପିଙ୍କୁ ଦଣ୍ଡ ଓ ଶାସ୍ତି ଦେବା ପାଇଁ ଭଗବାନ ଅବତରି ଥାଆନ୍ତି |
ହେଲେ ସଦ୍ଗୁରୁ ବା କୁତବ୍ ମାନଙ୍କ ଅବତାର ର ମୁଖ୍ୟ କାରଣ କିଛି ଭିନ୍ନ୍ ହୋଇଥାଏ |ସେମାନେ ପାପୀମାନଙ୍କୁ ଦଣ୍ଡ ନ ଦେଇ ତାଙ୍କ ଚେତନାସ୍ତରର ଉନ୍ନତି କରେଇ, ବିଭିନ୍ନ ପ୍ରକାରର ଅନୁଭୂତି ମାଧ୍ୟମରେ ଭଗବାନଙ୍କୁ ବା ଧର୍ମ ର ମାର୍ଗକୁ ଆପଣେଇବାକୁ ପ୍ରେରିତ କରିଥାନ୍ତି ଓ ଦୁଷ୍କର୍ମରୁ ବିରତ କରିଥାନ୍ତି | ଏହାକୁ ଆପଣ ସଦଗୁରୁ ଏବଂ ଭଗବାନଙ୍କ ମଧ୍ୟରେ ଏକ ବିଶେଷ ଭିନ୍ନତା କହିପାରନ୍ତି ଯାହା କି ସମଗ୍ର ମାନବଜାତି ପାଇଁ ଲାଭଦାୟୀ ହୋଇଥାଏ | ସଦଗୁରୁ ଏପରି ଏକ କଳ୍ପବୃକ୍ଷ ଯିଏକି କେବଳ ଫଳ ଦେଇନଥାନ୍ତି ବରଂ ଆଶ୍ରୟ ବା ସଂରକ୍ଷଣ ଦେଇଥାନ୍ତି |
ଶ୍ରୀ ସାଇବାବାଙ୍କ ମୂଳ ଲକ୍ଷ୍ୟ ମନୁଷ୍ୟ କୁ ତା ନିଜ ଭିତରେ ଅନ୍ତର୍ନିହିତ ଥିବା ପରମାତ୍ମାର ସ୍ବରୂପ ସାଥେ ମିଶେଇବା ଥିଲା| ସେ ମନୁଷ୍ୟକୁ ମାୟା ଓ ବ୍ରହ୍ମରୁ ମୁକ୍ତ କରି ମୋକ୍ଷ ଦେବାକୁ ଚାହୁଁଥିଲେ | ତାଙ୍କର ପ୍ରକୃତ ଉଦ୍ଦେଶ୍ୟ ନିଜ ଭକ୍ତର ଚେତନାର ବିକାଶ କରିବା ତଥା ତାଙ୍କୁ ଧୈର୍ଯ୍ୟ ପ୍ରଦାନ କରିବା ଅଟେ |ସେ ସମସ୍ତ ଜୀବଙ୍କ ମଧ୍ୟରେ ଈଶ୍ବର ସତ୍ତାକୁ ଉପଲବ୍ଧି କରୁଥିଲେ |
କ’ଣ ଏହା ଏକ ଚମତ୍କାର ନୁହେଁ କି ବାବାଙ୍କ ମହାସମାଧୀର ଏତେ ବର୍ଷ ପରେ ମଧ୍ୟ ଆଜି ଏତେ ସଂଖ୍ୟକ ଭକ୍ତ ଅନୁଭୁତି ମାଧ୍ୟମରେ ତାଙ୍କ ଦିବ୍ୟ ସତ୍ତାକୁ ନିଜର ଦୈନନ୍ଦିନ ଜିବନରେ କରିଚାଲିଛନ୍ତି ଓ ବାବାଙ୍କ ସେହି ଚିର ପରିଚିତ ବାଣୀ ମୁଁ ଥାଉ ଥାଉ ତୁମର ଭୟ କାହାକୁ ? ର ସତ୍ୟତାକୁ ଉପଲବ୍ଧି କରୁଛନ୍ତି |
ଏଣୁ ଆମେ ବାବାଙ୍କୁ କରୁଣା ଅବତାର ବୋଲି କହିପାରିବା ଯିଏ ନିଜର ଦୟା ଏବଂ ଅନୁକମ୍ପା ମାଧ୍ୟମରେ ଆମକୁ ଆଶ୍ରୟ ଦିଅନ୍ତି ତଥା ଆମ ଚେତନା ଶକ୍ତି କୁ ପବିତ୍ର କରିଥାଆନ୍ତି|
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 


