Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ଦିଲ୍ଲୀରେ “ନବମ ବୋଇତ ବନ୍ଦାଣ” ଉତ୍ସବ ପାଳିତ, “ଓଡିଶା ରତ୍ନ” ସମ୍ମାନରେ ପୂଜ୍ୟ ଗୁରୁଜୀ ସମ୍ମାନିତ

୧୦ ନଭେମ୍ବର ୨୦୧୧, ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀର ଶୁଭ ସଂଧ୍ୟାରେ ଦିଲ୍ଲୀର ଦିଲ୍ଲୀହାଟଠାରେ ନବମ ବୋଇତ ବନ୍ଦାଣ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି | “ଓଡିଆ ପୁଅ” ଏବଂ “ଓଡିଶା” ର ମିଳିତ ସହଯୋଗରେ ପାଳିତ ଏହି ଉତ୍ସବରେ ଭାରତୀୟ ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଶ୍ରୀ ଅନଙ୍ଗ ପଟ୍ଟନାୟକ ମୁଖ୍ୟ ଅତିଥି ତଥା ପୁଜ୍ୟ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ | ପୂଜ୍ୟ ଗୁରୁଜୀଙ୍କୁ ତାଙ୍କର ସାମାଜିକ ବିକାଶ, କଳା, ସାହିତ୍ୟ, ସଙ୍ଗୀତ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ “ଓଡିଶା ରତ୍ନ” ସମ୍ମାନରେ ସମ୍ମାନିତ କରିଥିଲେ |

ନିଜ ବକ୍ତବ୍ୟ ରଖିବାକୁ ଯାଇ ଗୁରୁଜୀ କହିଥିଲେ କି ଓଡିଶାର କଳା, ସ୍ଥାପତ୍ୟ, ସଂସ୍କୃତି ଆଦି କ୍ଷେତ୍ରରେ ଥିବା ଉତ୍କର୍ଷତାକୁ ଆମକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ପଡିବ | ସଂଚାର ର ଏହି ଯୁଗରେ ଓଡିଶାରେ ହେଉଥିବା ପ୍ରଗତି/ବିକାଶ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଯଥେଷ୍ଟ କମ୍‌ ଅଟେ | ସେ କହିଲେ କି ପ୍ରତ୍ୟେକ ସଭ୍ୟତାର ପ୍ରଗତି ଏକ କାଳଚକ୍ର ସଦୃଶ ହୋଇଥାଏ ଏବଂ ଓଡିଶାର ପ୍ରଗତିର ଧାରା ୨୦୧୨ ଠାରୁ ଆରମ୍ଭ ହେବାକୁ ଯାଉଅଛି ତଥା ୨୦୩୦ ବେଳକୁ ଓଡିଶା ପ୍ରଗତିର ଶୀର୍ଷତମ ସ୍ଥାନରେ ପଦାର୍ପଣ କରିବ |

ସେ କହିଲେ କି ପ୍ରତ୍ୟେକ ଓଡିଆ ଜନ୍ମତଃ ଶ୍ରୀ ଜଗନ୍ନାଥଙ୍କ ଭକ୍ତ ଅଟେ| ଶ୍ରୀ ସାଇନାଥଙ୍କଉ ପୂଜା କରିବାର ଅର୍ଥ ନିଜ ଈଷ୍ଟଙ୍କୁ ଭୁଲିଯିବା ନୁହେଁ | ସ୍ବୟଂ ଶିରିଡିବାବା ମଧ୍ୟ ନିଜର ଏକ ଶିବ ଭକ୍ତକୁ ପ୍ରଥମେ ଶିବଙ୍କ ଆରାଧନା ଶେଷ କରିବାକୁ ଉପଦେଶ ଦେଇଥିଲେ |

ଏହି ସଂଧ୍ୟାରେ ବାରିପଦାର ଦକ୍ଷିଣସାହି ଛଉ ନୃତ୍ୟ ପ୍ରତିଷ୍ଠାନ ଦ୍ବାରା ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ କରାଯାଇଥିଲା ଯାହାକି ଖୁବ୍‌ ଚିତ୍ତାକର୍ଷକ ଥିଲା |  କାର୍ଯ୍ୟକ୍ରମର ଶେଷ ଭାଗରେ ଆୟୋଜକମାନେ ଅନ୍ୟ ସୁଯୋଗ୍ୟ ଓଡିଆ ସନ୍ତାନମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ |

Site in Other Languages

English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ