Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ମହାକାବ୍ୟ ଗ୍ରନ୍ଥ “ଶ୍ରୀ ଗୁରୁ ଭାଗବତ”ର ହିନ୍ଦୀ ଅନୁବାଦର ପ୍ରଥମ ଖଣ୍ଦ ଏବଂ ଭଜନ ସି.ଡି. “ଶ୍ରୀ ସାଇନାଥାୟ ନମଃ ନମଃ” ର ଲୋକାର୍ପଣ

ଦିନାଙ୍କ ୪ ଅକ୍ଟୋବର ୨୦୧୧, ପବିତ୍ର ଦୂର୍ଗାଷ୍ଟମୀ ଦିନ ଗୁଡଗାଓଁସ୍ଥିତ “ସାଇ କା ଆଙ୍ଗନ୍‌” ମନ୍ଦିରଠାରେ ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ପୂଜ୍ୟ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ମହାକାବ୍ୟ “ଶ୍ରୀ ଗୁରୁ ଭାଗବତ”ର ହିନ୍ଦୀ ଅନୁବାଦର ପ୍ରଥମ ଖଣ୍ଦ ତଥା ତାଙ୍କ ରଚିତ ଭଜନ ସି.ଡି. “ଶ୍ରୀ ସାଇନାଥାୟ ନମଃ ନମଃ” ର ଲୋକାର୍ପଣ ଅନୁଷ୍ଠିତ ହୋଇଯାଇଛି |

ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ଅମୁଲ୍ୟରତ୍ନ ନଦଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ସହିତ ଏହି ସଂଧ୍ୟାର ଶୁଭାରମ୍ଭ ହୋଇଥିଲା | ଏହାପରେ ଶ୍ରୀ ଗୁରୁ ଭାଗବତ ଉପରେ ଆଧାରିତ ଏକ ବୃତ୍ତଚିତ୍ର ଉପସ୍ଥିତ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରଦର୍ଶନ କରାଗଲା ଯେଉଁଥିରେ ଶ୍ରୀ ଗୁରୁ ଭାଗବତର ମହିମା, ଶ୍ରୀ ଗୁରୁଜୀଙ୍କ ବାଣୀ, ତଥା ଗୁରୁ-ତତ୍ତ୍ବ ବିଷୟରେ ଅନେକ ତଥ୍ୟ ପରିବେଷଣ କରାଗଲା |

ଗ୍ରନ୍ଥଟିକୁ ଲୋକାର୍ପଣ କରି ଶ୍ରୀ ନନ୍ଦ କହିଲେ କି ଶ୍ରୀ ଗୁରୁ ଭାଗବତ ହେଉଛି ଭକ୍ତି ସାହିତ୍ୟର ଏକ ଅମୂଲ୍ୟ ଉତ୍ସ ତଥା ଶ୍ରୀ ଗୁରୁଜୀ ହେଉଛନ୍ତି ଶ୍ରୀ ଶିରିଡି ସାଇବାବାଙ୍କ ଅଙ୍କିତ ସନ୍ତାନ | ସେ କହିଲେ କି ଶ୍ରୀ ଶିରିଡି ସାଇବାବାଙ୍କ ପଥରେ ଆରୂଢ ହେବାକୁ ହେଲେ ପ୍ରତ୍ୟେକେ ଏହି ମହାଗ୍ରନ୍ଥର ପଠନ-ମନନ କରିବା ଉଚିତ୍‌ | ଏହି ଗ୍ରନ୍ଥଟି ୧୬୦୦୦ ପଂକ୍ତି ବିଶିଷ୍ଟ ତଥା ଏହା ଜଗନ୍ନାଥ ଦାସକୃତ ଭାଗବତ ଭଳି ନବାକ୍ଷରୀ ଛନ୍ଦରେ ରଚିତ | ପ୍ରଥମ ଖଣ୍ଦଟିରେ ସମୁଦାୟ ୪୦୦୦ ପଂକ୍ତି ରହିଛି ଏବଂ ମୂଳ ଗ୍ରନ୍ଥଟି ସମୁଦାୟ ୪ଟି ଖଣ୍ଦରେ ଓଡିଆ ଭାଷାରେ ରଚିତ ତଥା ଲୋକାଦୃତ ହୋଇସାରିଛି, ଯେଉଂଥିପାଇଁ ପୂଜ୍ୟ ଗୁରୁଜୀଙ୍କୁ ପ୍ରଥମ “ମହାପୁରୁଷ ଜଗନ୍ନାଥ ଦାସ” ସମ୍ମାନରେ ସମ୍ମାନିତ କରାଯାଇଅଛି |

ଏହି ଅବସରରେ ପୂଜ୍ୟ ଗୁରୁଜୀ ନିଜ ଭିଡିଓ ବାର୍ତ୍ତା ମାଧ୍ୟମରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ସମ୍ବୋନ୍ଧିତ କରି କହିଥିଲେ କି “ଶ୍ରୀ ଗୁରୁ ଭାଗବତ” ର ରଚନା କରିବାର ଆଗ୍ରହ ତାଙ୍କ ଅନ୍ତରରେ ସ୍ବତଃ ଜନ୍ମିତ ହୋଇଥିଲା | ଏହି ନବାକ୍ଷରୀ ଛନ୍ଦ ବହୁ ବର୍ଷ ପୂର୍ବରୁ ଓଡିଆ ସାହିତ୍ୟରେ ବ୍ୟବହୃତ ହୋଇଅଛି | ସେ କହିଲେ କି ଅନେକ ଅଣ-ଓଡିଆ ଶ୍ରଦ୍ଧାଳୁଙ୍କ ଅନୁରୋଧକ୍ରମେ ତାଙ୍କ ରଚିତ ମୂଳ ଓଡିଆ ଗ୍ରନ୍ଥ “ଶ୍ରୀ ଗୁରୁ ଭାଗବତ” ର ହିନ୍ଦୀ ଅନୁବାଦ  ପ୍ରସ୍ତୁତ କରାଯାଇଅଛି, ଯେପରିକି ସମସ୍ତେ ଏହି ମହାଗ୍ରନ୍ଥର ଭକ୍ତି-ରସ କୁ ପାନ କରିପାରିବେ | ପ୍ରାଚୀନ କାଳରୁ ହିଁ ଗ୍ରନ୍ଥ-ପୋଥୀ ଆଦି ନିୟମିତ ପଠନ କରି ଚିତ୍ତ-ଶୁଦ୍ଧି କରିବା ପାଇଁ ଉପଦେଶ ଦିଆଯାଇଛି | ଶ୍ରୀ ଶିରିଡି ସାଇବାବା ମଧ୍ୟ ନିଜ ଭକ୍ତମାନଙ୍କୁ ସେମାନଙ୍କର ଆଧ୍ୟାତ୍ମିକ ପ୍ରଗତି ପାଇଁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଗ୍ରନ୍ଥ ପଢିବା ପାଇଁ ଉପଦେଶ  ଦେଇଥିବା କଥା ଶ୍ରୀ ସାଇ ସତଚରିତ୍ରରେ ବର୍ଣ୍ଣିତ ହୋଇଅଛି | ସେ ଆହୁରି ମଧ୍ୟ କହିଲେ କି ଅଧ୍ୟାତ୍ମିକ ମାର୍ଗରେ ଚାଲିବାକୁ ହେଲେ ଆମକୁ ପ୍ରକୃତ ଗୁରୁ ଏବଂ ମିଛ ଗୁରୁଙ୍କ ଲକ୍ଷଣ ବିଷୟରେ ଜାଣିବା ଆବଶ୍ୟକ | ପ୍ରଥମ ଖଣ୍ଦରେ ଶ୍ରୀ ଗୁରୁଙ୍କ ପ୍ରକାର ଭେଦ-ଯେପରିକି  ସାଧୁ,ସନ୍ନ୍ୟାସୀ, ପ୍ରଭୁ ପ୍ରେମୀ, ଯୋଗୀ, ଭ୍ରଷ୍ଟ ଯୋଗୀ, ଆଦି ତଥା ଭକ୍ତ୍ନଙ୍କ ପ୍ରକାର ଭେଦ-ଯେପରିକି ସୁଭକ୍ତ, କୁଭକ୍ତ, ଦିକ୍ଷାର ପ୍ରକାର ଭେଦ, ଅଙ୍କିତ ସନ୍ତାନର ଲକ୍ଷଣ, ଭକ୍ତି, ଶିଷ୍ୟ ଦ୍ବାରା ଗୁରୁଙ୍କୁ ପ୍ରଶ୍ନ୍, ଆଜ୍ଞା ପାଳନ, ଗୁରୁ ସିଦ୍ଧାନ୍ତ ଆଦି ଅନେକ ଗୁଢ ବିଷୟ ଉପରେ ଆଲୋକପାତ କରାଯାଇଅଛି | ତେଣୁ ଏହା ଆମର ଜୀବନର ସାର ହୋଇଥିବା ହେତୁ ସମସ୍ତେ ଏହାକୁ ପଠନ କରିବା ଆବଶ୍ୟକ ବୋଲି ଶ୍ରୀ ଗୁରୁଜୀ କହିଲେ | ପ୍ରକାଶ ଥାଉ କି ଏହି ପବିତ୍ର ଗ୍ନଥକୁ ଯେ କେହି ପ୍ରତିଦିନ କିମ୍ବା ବିଭିନ୍ନ ପବିତ୍ର ଦିନ ଯେପରିକି ପୂର୍ଣ୍ଣିମା, ଏକାଦଶୀ, ଶିବରାତ୍ରୀ ଆହି ଦିନ ମାନଙ୍କରେ ପାରାୟଣ କରି ପାରିବ |

ଏହି ଅବସରରେ ଶ୍ରୀ ଗୁରୁଜୀଙ୍କ ରଚିତ ତଥା ସ୍ବର ସଂଯୋଜିତ ଏବଂ ଗାନ କରାଯାଇଥିବା “ଶ୍ରୀ ସାଇନାଥାୟ ନମଃ ନମଃ” ନାମକ ଏକ ମନ୍ତ୍ର ସି.ଡି. ଯାହାକି ସା.ରେ.ଗା.ମା ଏଚ୍‌.ଏମ୍‌.ଭି ଦ୍ବାରା ପ୍ରସ୍ତୁତ ହୋଇଅଛି, ମଧ୍ୟ ମୁକ୍ତିଲାଭ କରିଲା | ଏଥିରେ   ଶ୍ରୀ ଶିରିଡି ସାଇବାବାଙ୍କର ସମୁଦାୟ ଚାରିଗୋଟି ମନ୍ତ୍ର ସ୍ଥାନିତ ହୋଇଅଛି | ଏହି ଅବସରରେ କୁମାରୀ ଆହାନା ରାୟ ନିଜ ଭାବପୂର୍ଣ୍ଣ ନୃତ୍ୟକଳା ମାଧ୍ୟମରେ ଏହି ସି.ଡି. ର ମନ୍ତ୍ର ଗୁଡିକୁ ପରିବେଷଣ କରିଥିଲେ | ପୂର୍ବରୁ ଦିନାଙ୍କ ୩ ଅକ୍ଟୋବର ରେ ଶିରିଡିଠାରେ  ଶ୍ରୀ ସାଇନାଥଙ୍କ ଚରଣାରବିନ୍ଦରେ ଏହି ସି.ଡି. ଟିକୁ ଶ୍ରୀ ସାଇବାବା ସଂସ୍ଥାନର କର୍ମକର୍ତ୍ତାଙ୍କ ମାଧ୍ୟମରେ ଅର୍ପଣ କରାଯାଇଥିଲା | ଏହି ସି.ଡି.ରେ ଥିବା ମନ୍ତ୍ରଗୁଡିକ ଯେ ନିଶ୍ଚିତଭାବେ ଭକ୍ତମାନଙ୍କୁ ଶ୍ରୀ ଶିରିଡି ସାଇବାବାଙ୍କ ଭକ୍ତିରେ ବାନ୍ଧି ପାରିବ-ଏଥିରେ ତିଳେ ହେଲେ ସନ୍ଦେହ ନାହିଁ | ମନ୍ତ୍ର  ହେଉଛି ଈଶ୍ବରଙ୍କୁ ଜାଣିବାର ସଶକ୍ତ ମାଧ୍ୟମ ଏବଂ ଏହି ସି.ଡି ର ଗୀତ ଓ ସଂଗୀତ ଏହି ପରଂପରାର ଶୃଙ୍ଖଳ ଅଟେ |

ସା.ରେ.ଗା.ମା ର ଅଧିକାରୀ ଶ୍ରୀ ଆଦର୍ଶ ଗୁପ୍ତା ନିଜ ଉଦବୋଧନରେ କହିଲେ କି ଏହି ସି.ଡି. ର ନିର୍ମାଣ କାର୍ଯ୍ୟ ମାତ୍ର୍ ଚାରିସପ୍ତାହ ମଧ୍ୟରେ ପୂର୍ଣ୍ଣ କରାଗଲା ଏବଂ ଏହା ତାଙ୍କ କମ୍ପାନୀର ସୌଭାଗ୍ୟ କି ପୂଜ୍ୟ ଗୁରୁଜୀ ସେମାନଙ୍କ ଅନୁରୋଧ କୁ ସ୍ୱୀକାର କରି ନିଜ ଭାବପୂର୍ଣ୍ଣ କଣ୍ଠରେ ଏହି ସି.ଡି. ପ୍ରସ୍ତୁତିରେ ଆଜ୍ଞା ତଥା ଆଶୀର୍ବାଦ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମର ଅନ୍ତରେ ଶ୍ରଦ୍ଧେୟ ଗୁରୁଜୀ ଏହି କାର୍ଯ୍ୟକ୍ରମ ସହି ଯୋଡିତ ସମସ୍ତଙ୍କୁ ଧନ୍ୟବାଦ ତଥା ଆଶୀର୍ବାଦ ପ୍ରଦାନ କରିଥିଲେ | ଶ୍ରୀମତି ଜ୍ୟୋତ୍ସ୍ନା ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ଏବଂ ସମଗ୍ର ବିଶ୍ୱବାସୀ ଏହି କାର୍ଯ୍ୟକ୍ରମଟିର ସିଧା ପ୍ରସାରଣକୁ www.livestream.com/sundaysaisatsang ମାଧ୍ୟମରେ ଇଣ୍ଟର୍‌ନେଟ୍‌ ରେ ଉପଭୋଗ କରିଥିଲେ |

Site in Other Languages

English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ