ପୂଜ୍ୟ ଗୁରୁଜୀଙ୍କୁ ମିଳିଲା “ଦିବ୍ୟ ସଙ୍ଗୀତ ଶିରୋମଣି ଉପାଧି” |
ଶ୍ରୀ ଶିରିଡି ସାଇ ସ୍ପିରିଚୁଆଲ୍ ସୋସିଓ କଲ୍ଚରାଲ୍ ଟ୍ରଷ୍ଟ୍ ପକ୍ଷରୁ ପୂଜ୍ୟ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀଙ୍କୁ “ଦିବ୍ୟ ସଙ୍ଗୀତ ଶିରୋମଣି” ଉପାଧି ପ୍ରଦାନ କରାଯାଇଅଛି | ଭକ୍ତି ସଙ୍ଗୀତରେ ଉଲ୍ଲେଖନୀୟ ଅବଦାନ ପାଇଁ ୪ ତାରିଖ ଦିନ ଭୁବନେଶ୍ବରସ୍ଥ ଇଡ୍କଲ୍ ଓଡିଟୋରିୟମ୍ ଠାରେ ଅନୁଷ୍ଠିତ ଏକ ଉତ୍ସବରେ ପୂଜ୍ୟ ଗୁରୁଜୀ ଶ୍ରୀ ଶତପଥୀଙ୍କୁ ଏହି ଉପାଧିରେ ଭୂଷିତ କରାଗଲା | ସାମ୍ପ୍ରତିକ ଯୁଗରେ ଭକ୍ତି ସଙ୍ଗୀତ ସହିତ ଉଭୟ ଓଡିଆ ଏବଂ ହିନ୍ଦୀ ଭାଷାରେ ଗୀତ ରଚନା, ସ୍ବର ସଂଯୋଜନା, ସଂଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ | ତାଙ୍କ ଦ୍ବାରା ରଚିତ ସାଇ ମନ୍ତ୍ର “ତୁଭ୍ୟଂ ନମାମି” ବିଭିନ୍ନ ସାଇ ମନ୍ଦିରରେ ପାଠ କରାଯାଉଥିବାବେଳେ ନବାକ୍ଷରୀ ଛନ୍ଦରେ ରଚିତ “ଶ୍ରୀ ଗୁରୁ ଭାଗବତ” ଓଡିଶାର ଲୋକଙ୍କ ମଧ୍ୟରେ ଆଦୃତି ଲାଭ କରିଛି | ପିଲାଟି ଦିନରୁ ସଂଗୀତ, କଳା ଏବଂ ସାହିତ୍ୟ ପ୍ରତି ଅହେତୁକ ରୁଚି ରଖିଥିବା ପୂଜ୍ୟ ଗୁରୁଜୀ ଶ୍ରୀ ଶତପଥୀ ଆଧ୍ୟାତ୍ମିକ ଜଗତରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିଛନ୍ତି |
ଏହି ଉତ୍ସବରେ ସୁରମଣି ପଦ୍ମଭୂଷଣ ରଘୁନାଥା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ତଥା ମଞ୍ଚ ପରିଚାଳନା କରିଥିଲେ ଟ୍ରଷ୍ଟ ର ଟ୍ରଷ୍ଟି ଶ୍ରୀ ଦେବେନ୍ଦ୍ର କୁମାର ମିଶ୍ର ଓ କଟକ ଆକାଶବାଣୀ ର ନିର୍ଦ୍ଦେଶକ ଡଃ ସୁଧା ମିଶ୍ର | କାର୍ଯ୍ୟକ୍ରମର ଶେଷ ଭାଗରେ ପ୍ରଖ୍ୟାତ କଣ୍ଠ ଶିଳ୍ପୀ ଯେପରିକି ଶାନ୍ତନୁ ଶତପଥି, ମହାପାତ୍ର ମିନତୀ ଭଞ୍ଜ, ନାଜିଆ ଆଲମ୍, ତୃପ୍ତି ଦାଶ, ଦେବାଶିଷ ଅଦି ଗୁରୁଜୀଙ୍କ ରଚିତ କିଛି ଭଜନ ଓ ଜଣାଣ ପରିବେଷଣ କରିଥିଲେ ତଥା ଗୁରୁଜୀ ନିଜେ ମଧ୍ୟ କିଛି ଭଜନ ଗାନ କରି ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ଉଦଭାସିତ କରିଥିଲେ |
ଏହି କାର୍ଯ୍ୟକ୍ରମ ର କିଛି ଫୋଟ ନିମ୍ନରେ ପ୍ରଦତ୍ତ:
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 


