ଶ୍ରୀ ଶିରିଡି ସାଇ ପୀଠ ଠାରେ ମାଗଣା ସ୍ୱାସ୍ଥ୍ୟ ସେବା ଓ ରକ୍ତ ଦାନ ଶିବିର |

ପୂଜ୍ୟ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀଙ୍କ ୬୫ତମ ଜନ୍ମଦିବସ ଉପଲକ୍ଷେ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଡିସେମ୍ବର ୨୪ତାରିଖ ଦିନ ଶ୍ରୀ ଶିରିଡି ସାଇ ପୀଠ, ବାରିପଦାଠାରେ ଏକ ମାଗଣା ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା | Mayurbhanj Chemist & Druggist Association ତଥା OSRU,OMRU ର କର୍ମକର୍ତ୍ତାମାନଙ୍କ ସହଯୋଗରେ ଅନୁଷ୍ଠିତ ଏହି ଶିବିରରେ ବିଭିନ୍ନ ଅଭିଜ୍ଞ ବିଶେଷଜ୍ଞମାନଙ୍କ ଦ୍ୱାରା ଛାତି, Medicine, ସ୍ତ୍ରୀ ଓ ପ୍ରସୂତୀ, ଅନ୍ତସ୍ରାବ, ଶିଶୁ, ଚର୍ମ ଆଦିର ପରୀକ୍ଷା ତଥା ଔଷଧ ମାଗଣାରେ ବଣ୍ଟନ କରାଯାଇଥିଲା | ଏଥି ସହିତ ଏହି ଶିବିରରେ Ayurvedic, Homoeopathic ସେବା ପ୍ରଦାନ କରାଯାଇଥିଲା | ଏଠାରେ ଏହା ଉଲ୍ଲେଖଯୋଗ୍ୟ କି ଏହି ଶିବିରରେ ଭୁବନେଶ୍ୱର ଆପଲୋ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ର (ଅନ୍ତସ୍ରାବ), ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲର କାର୍ଯ୍ୟରତ ଡାକ୍ତର ସତ୍ୟରଞ୍ଜନ ପାଣିଗ୍ରାହୀ (ଛାତି), ବାରିପଦା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସତ୍ୟପ୍ରକାଶ ଜେନା, ତପନ କୁମାର ଆଚାର୍ଯ୍ୟ ଏବଂ ଅବସରପ୍ରାପ୍ତ ଡାକ୍ତର କରୁଣାକର ମହାପାତ୍ର ତଥା ଚର୍ମ ରୋଗ ବିଶେଷଜ୍ଞ ଡାକ୍ତର ଗୁରୁପ୍ରସାଦ ମହାନ୍ତ ଏଥିରେ ଯୋଗଦାନ କରିଥିଲେ | ହୋମିଓପ୍ୟାଥିରେ ଡାକ୍ତର କିଶୋର ପାତ୍ର , ଡାକ୍ତର ନଳିନୀପ୍ରଭା ବେହେରା, ଡାକ୍ତର ଉମାକାନ୍ତ ଅଧିକାରୀ, ଡାକ୍ତର ସୁଶାନ୍ତ ଦାଶ, ଡାକ୍ତର ବିନୋଦ ଦାଶ ଆଦି ଚିକିତ୍ସା ସେବା ପ୍ରଦାନ କରିଥିଲେ ଏବଂ ଆୟୁର୍ବେଦରେ ଡାକ୍ତର ସଞ୍ଜିବ ଦେ, ଡାକ୍ତର ଚିନ୍ମୟ ନାୟକ ତଥା ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଆଶୁତୋଷ ମହାପାତ୍ର ଆଦି ଏହି ଶିବିରରେ ଚିକିତ୍ସା ସେବା ପ୍ରଦାନ କରିଥିଲେ | ଏଥିରେ ୧୩୦୦ ଜଣ ରୋଗୀ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ୧୩୬ ଜଣ ରକ୍ତଦାନ କରିଥିଲେ |
ଶ୍ରୀ ସାଇବାବା |
|
ଶ୍ରୀ ଗୁରୁଜୀ |
|
ଶ୍ରୀ ଶିରିଡି ସାଇ ପୀଠ |
|
| ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ | ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ |






ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ
ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ
ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍ ୧୪ ରେ ଶ୍ରୀ ଶିରିଡି ସାଇ 

