Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ର Website କୁ ଆପଣଙ୍କୁ  ସ୍ବାଗତ

ବିଶ୍ୱରେ ଶିରିଡି ସାଇବାବାଙ୍କ ଜୀବନ,ତାଙ୍କ ବାର୍ତ୍ତା,ତାଙ୍କ ସିଦ୍ଧାନ୍ତ ଓ ଦର୍ଶନ ର ପ୍ରଚାର-ପ୍ରସାର ତଥା ଭକ୍ତମାନଙ୍କର ବାବାଙ୍କ ସହିତ ଅନୁଭୂତି କୁ ସମସ୍ତଙ୍କଠାରେ ପହଞ୍ଚାଇବାର ମାଧ୍ୟମ ହୋଇ ସମସ୍ତ ସାଇ ଭକ୍ତଙ୍କୁ ଗୋଟିଏ ସୂତ୍ରରେ ଯୋଡିବା ହିଁ ଏହି Website ନିର୍ମାଣର ମୂଳ ଲକ୍ଷ୍ୟ |

ଏହି Website ମାଧ୍ୟମରେ ତାଙ୍କ ଜୀବନର ର୍ଦର୍ଶନ ଓ ଆଦର୍ଶ ବିଷୟରେ କିଚ୍ଛି ତଥ୍ୟ ପ୍ରସାର କରିବା ନିମିତ୍ତ ଆମକୁ ତାଙ୍କର ମାଧ୍ୟମ କରିବାପାଇଁ ଭଗବାନ ଶ୍ରୀ ସାଇନାଥଙ୍କ ଚରଣରେ ଆମମାନଙ୍କର ବିନମ୍ର ପାର୍ଥନା |ଲୋକମାନଙ୍କୁ ବାବାଙ୍କ ନିକଟତର କରିପାରିଲେ ହିଁ ଆମ କାର୍ଯ୍ୟକୁ ସାକାର ରୂପ ମିଳିପାରିବ |

ଏହି ପ୍ରଚେଷ୍ଟା ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀ ଙ୍କ ଦିବ୍ୟ ପ୍ରେରଣା ଓ ଆଶୀର୍ବାଦର ଫଳସ୍ବରୂପ ଯହାଙ୍କ ଠାରେ ଆମେ ସାଇଙ୍କ ସ୍ବରୂପକୁ ଉପଲବ୍ଧି କରିଥାଉଁ |

ଆପଣ ମଧ୍ୟ ନିଜ ପରିଜନମାନଙ୍କୁ ଏହି Website କୁ ଦେଖିବାପାଇଁ ପ୍ରେରଣା ଦେଇ ଏହି ପ୍ରଚେଷ୍ଟା ରେ ନିଜକୁ  ସାମିଲ୍‌ କରିପାରିବେ | ଯଦି ଆପଣ ବାବାଙ୍କ ସମ୍ବନ୍ଧରେ କିଛି କବିତା, ପ୍ରାର୍ଥନା ବା  ଜଣାଣ ରଚନା କରିଛନ୍ତି ତେବେ ସେଗୁଡିକ ଆମ ପାଖକୁ ପଠାଇ ଏହି Website କୁ ପରିଚାଳନା କରିବାରେ ଆମକୁ ସାହାଯ୍ୟ କରିପାରିବେ |ଏହି Website ର କାର୍ଯ୍ୟବ୍ୟବସ୍ଥାକୁ ଆଗେଇ ନେବା ପାଇଁ ଆପଣଙ୍କ ଦ୍ୱାରା କିଛି ବି ରୂପେ ଦିଆଯାଇଥିବା କିଛି ବି ସାହାଯ୍ୟ ଓ ସହଯୋଗ ପ୍ରଶଂସନୀୟ ଅଟେ |

ଛାତ୍ରଛାତ୍ରୀମାନେ ବାବାଙ୍କ ସମ୍ବନ୍ଧିତ ନିଜ ନିଜର ଛବି,ଚିତ୍ର ଆଦି ଆମ ସହିତ share କରିପାରିବେ ଯେଉଁଗୁଡିକ ଆମର ବାର୍ଷିକ ପତ୍ରିକାସାଇ ଛାୟା ରେ ସ୍ଥାନିତ ହେବ |

ବାର୍ତ୍ତା

ବାରିପଦାଠାରେ ଶ୍ରୀ ଶିରିଡି ସାଇ ମନ୍ଦିର ନିର୍ମାଣ ସାଥିରେ ……

(ଶ୍ରୀ ଚନ୍ଦ୍ରଭାନୁ ଶତପଥୀ, ମୂଖ୍ୟ ସଂଚାଳକ)

ଏଠାରେ କ୍ଲିକ୍ କରନ୍ତୁ

ପୂଜ୍ୟ ଗୁରୁଜୀ ଶ୍ରୀ ଚନ୍ଦ୍ରଭାନୁ ଶତପଥୀଙ୍କ ପବିତ୍ର କରକମଳରେ  ……

(ଶ୍ରୀ ଶାନ୍ତନୁ ଶତପଥୀ, ସମ୍ପାଦକ)

ଏଠାରେ କ୍ଲିକ୍ କରନ୍ତୁ।

Site in Other Languages


English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ