Connect us on FACEBOOK          || ଜୟ ଶ୍ରୀ ସାଇ ||
1 2 3 4

ଶ୍ରୀ ଶିରିଡି ସାଇବାବା ଭାରତର ଜଣେ ପ୍ରଖ୍ୟାତ ସନ୍ଥ ଅଟନ୍ତି | ସେ ଶିରିଡି ନାମକ ଏକ ଛୋଟ ଗ୍ରାମରେ ବାସ କରୁଥିଲେ ଯାହା କି ମହାରାଷ୍ଟ୍ର ପ୍ରଦେଶରେ, ଗୋଦାବରୀ ନଦୀ ତଟରେ ଅବସ୍ଥିତ | ଆଜି ଏହା ଏକ ବୃହତ୍‌ ନଗରରେ ପରିଣତ ହୋଇଗଲାଣି |

ଶ୍ରୀ ଶିରିଡି ସାଇବାବାଙ୍କୁ ଭକ୍ତ ମାନେ ବାବା ବୋଲି ସମ୍ବୋଧନ କରନ୍ତି ଯାହା ଅର୍ଥ “ବାପା” ବା “ପିତା” |

ଶିରିଡି ବାବା ପ୍ରାୟତଃ ଏକ ନିମ୍ବ ଗଛ ର ଛାଇ ତଳେ ବସୁଥିଲେ ଯାହାକୁ କି ସେ ନିଜ ଗୁରୁଙ୍କ ସ୍ଥାନ ବୋଲି କହୁଥିଲେ ଏବଂ ଏବେ ଏହା “ଗୁରୁସ୍ଥାନ” ଭାବେ ପରିଚିତ |

ବାବା ଲୋକମାନଙ୍କୁ ଭ୍ରାତୃତ୍ବର ପାଠ ପଢେଇଥିଲେ ତଥା ସର୍ବଦା ଶ୍ରଦ୍ଧା (ବିଶ୍ବାସ) ଓ ସବୁରୀ (ଧୈର୍ଯ୍ୟ) ଅନୁସରଣ କରିବାକୁ ଉପଦେଶ ଦେଉଥିଲେ | ସେ କେବେହେଲେ ଜାତି, ଧର୍ମ, ବର୍ଣ୍ଣ, ଭାଷା ଆଦି ଆଧାରରେ କାହାରି ପ୍ରତି ଭେଦଭାବ ରଖି ନଥିଲେ |

ବାବା ନିଜ ଜୀବନକାଳରେ ଅନେକ ଚମତ୍କାର କରିଥିଲେ ଯେପରିକି ପାଣି ରେ ଦୀପ ଜଳେଇବା, ବାତ୍ୟାକୁ ଅଟକେଇବା, ରୋଗୀଙ୍କ ରୋଗ ଦୂର କରିବା, ଭବିଷ୍ୟ ବାଣୀ କରିବା ଇତ୍ୟାଦି | ଫୁଲ ବାବାଙ୍କ ଅତି ପ୍ରିୟ ଥିଲା ତେଣୁ ସେ ନିଜେ ନିଜ ହାତରେ ଫୁଲ ଗଛ ସବୁ ଲଗେଇ ଏକ ବଗିଚା ନିର୍ମାଣ କରିଥିଲେ ତଥା ତାଆର ଯତ୍ନ ସେ ନିଜେ ହିଁ ନେଉଥିଲେ|

ସେ ଦୀପ ଜଳେଇବାକୁ ଖୁବ୍‌ ଭଲ ପାଉଥିଲେ | ରାମ ନବମୀ, ଜନ୍ମାଷ୍ଟମୀ, ଦୀପାବଳୀ ଆଦି ପର୍ବ ପର୍ବାଣୀ ମାନ ସେ ପାଳନ କରୁଥିଲେ|

ବାବା ପିଲାମାନଙ୍କୁ ଅତି ଶ୍ରଦ୍ଧା କରୁଥିଲେ ତଥା ସେମାନଙ୍କ ସହିତ ଖେଳୁ ଥିଲେ |

ବାବାଙ୍କୁ ରୋଷେଇ ଅତ୍ୟନ୍ତ ପ୍ରିୟ ଥିବାରି ସେ ନିଜ ହାତରେ ଭକ୍ତମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ନିଜେ ପରଷୁ ଥିଲେ | ଏଥି ପାଇଁ ଆବଶ୍ୟକୀୟ ସମସ୍ତ ଆନୁଷଙ୍ଗିକ କାର୍ଯ୍ୟ ସେ ସ୍ବୟଂ କରୁଥିଲେ |

ସେ ପ୍ରତ୍ୟହ ଶିରିଡି ରେ ୫ଟି ଘରୁ ଭିକ୍ଷା ମାଗି ସଂଗୃହୀତ ଖାଦ୍ୟ ପ୍ରଥମେ ଅନ୍ୟମାନଙ୍କୁ ବାଣ୍ଟି ପରେ ବଳକା ଖାଦ୍ୟ ନିଜେ ଗ୍ରହଣ କରୁଥିଲେ |

ବାବା ସମସ୍ତଙ୍କୁ ପ୍ରେମ, ଭକ୍ତି ର ମାର୍ଗ ଦେଖେଇଯାଇଛନ୍ତି | ଯଦିଅ ତାଙ୍କ ଦେହତ୍ୟାଗର ଅନେକ ବର୍ଷ ବିତି ଗଲାଣି, ହେଲେ ସେ ଆଜି ବି ନିଜ ଭକ୍ତଙ୍କ ହୃଦ୍ୟରେ ବାସ କରିଛନ୍ତି ତଥା ତାଙ୍କର ମାର୍ଗଦର୍ଶନ କରୁଛନ୍ତି | ଆଜି ଶିରିଡି ରେ ତାଙ୍କର ସମାଧି ମନ୍ଦିର କୁ ପ୍ରତ୍ୟହ ଲକ୍ଷ ଲଷ ଶ୍ରଦ୍ଧାଳୁ ଯାଉଛନ୍ତି ଯେଉଁଠାରେ ସେ ଚିର ନିଦ୍ରାରେ ଶୋଇଛନ୍ତି ଓ ଭକ୍ତଙ୍କ ମନବାଞ୍ଛା ପୂରଣ କରୁଛନ୍ତି |

ଆସ ଆମେ ସମସ୍ତେ ଏହି ମହାନ ସନ୍ଥ ତଥା ଈଶ୍ବରୀୟ ଅବତାରଙ୍କ ପ୍ରତି ଶ୍ରଦ୍ଧା ସୁମନ ପ୍ରକଟ କରିବା |

Site in Other Languages


English & Other International Languages

Hindi Language

info@shirdisaipeeth.org

ଶ୍ରୀ ସାଇବାବା

ଶ୍ରୀ ସାଇବାବା ଶ୍ରୀ ସାଇବାବା ଭାରତରେ ଆଜି ଯାଏଁ ଦେଖା ଯାଇଥିବା ସମସ୍ତ ସନ୍ଥ ମାନଙ୍କ ମଧ୍ୟରେ ସବୁଠାରୁ ମହାନ୍ ଭାବେ ପରିଗଣିତ ତଥା ସର୍ବଜନାଦୃତ ଯିଏ ମହାରାଷ୍ଟ୍ର ର ଶିରିଡି ନାମକ

ସବିଶେଷ

ଶ୍ରୀ ଗୁରୁଜୀ

ଶ୍ରୀ ଗୁରୁଜୀ ଶ୍ରୀ ଶତପଥୀ ଏକ ସଂସ୍କୃତିସଂପନ୍ନ ପ୍ରଶାସକ ତଥା ସାହିତ୍ୟିକ ପରିବାରରେ ଜନ୍ମିତ | ତାଙ୍କ ବାପା ଶ୍ରୀଯୁକ୍ତ ଗୋକୁଳ ଚନ୍ଦ୍ର ଶତପଥୀ ତତ୍କାଳୀନ ମୟୁରଭଞ୍ଜର ଶିକ୍ଷା ନିର୍ଦ୍ଦେଶକ

ସବିଶେଷ

ଶ୍ରୀ ଶିରିଡି ସାଇ ପୀଠ

ଶ୍ରୀ ଶିରିଡି ସାଇ ପୀଠ ବାରିପଦା ଶ୍ରୀ ଗୁରୁଜୀଙ୍କ ଜନ୍ମସ୍ଥାନ ହୋଇଥିବାରୁ ସମସ୍ତ ସାଇ ଭକ୍ତଙ୍କ ପାଇଁ ଏହାର ଏକ ଅଲଗା ଆକର୍ଷଣ ରହିଛି ଏଠାରେ ୨୦୦୧ ମସିହା ଏପ୍ରିଲ୍‌ ୧୪ ରେ ଶ୍ରୀ ଶିରିଡି ସାଇ

ସବିଶେଷ

ଏହି Website ଟି Webchilly Infoways, India ଦ୍ବାରା ନିର୍ମିତ ଶ୍ରୀ ଶିରିଡି ସାଇ ପୀଠ,ବାରିପଦା ଦ୍ବାରା ସର୍ବସତ୍ତ୍ବାଧିକାର ସଂରକ୍ଷିତ